Advertisment

ଏଲନ ମସ୍କଙ୍କ ମା’ଙ୍କ ସହିତ ସିଦ୍ଧିବିନାୟକ ମନ୍ଦିର ଗଲେ ଜାକ୍‌ଲିନ୍, ଭାଇରାଲ ହେଲା ଫଟୋ

Advertisment
qwr

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ଏଲନ ମସ୍କଙ୍କ ମା’ ମେୟ ମସ୍କଙ୍କ ସହ ମନ୍ଦିର ଗଲେ ବଲିଉଡ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍। ରବିବାର ସେ ତାଙ୍କ ଇଷ୍ଟର ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରରେ ବିତାଇଥିଲେ। ଏହି ସମୟରେ ସେ ଏଲନ ମସ୍କଙ୍କ ମା’ ମେୟ ମସ୍କଙ୍କ ସହିତ ନଜର ଆସିଥିଲେ। ଏବେ ଏହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜ୍ୟାକଲିନ୍, ଏକ ହଳଦିଆ ରଙ୍ଗର ସାଲୱାର୍ ସୁଟ୍ ପିନ୍ଧିଥିବା ବେଳେ ମୁଣ୍ଡରେ ଏକ ଓଢ଼ଣୀ ପକାଇଛନ୍ତି। ଏହା ସହ ମେୟ ମସ୍କ ଏକ ପ୍ରିଣ୍ଟେଡ୍ ହଳଦିଆ ସୁଟ୍ ପିନ୍ଧିଛନ୍ତି। ଦୁହେଁ ପ୍ରାର୍ଥନା କରୁଥିବା ଏବଂ ପୁରୋହିତଙ୍କଠାରୁ ଆଶୀର୍ବାଦ ନେଉଥିବାର ଫଟୋ ଏବେ ଭାଇରାଲ ହେଉଛି।

ସୂଚନା ମୁତାବକ, ଏଲନ ମସ୍କଙ୍କ ମା’ ବର୍ତ୍ତମାନ ତାଙ୍କ ପୁସ୍ତକ- 'ଏ ଓମ୍ୟାନ୍ ମେକ୍‌ସ ଏ ପ୍ଲାନ୍‌'ର ହିନ୍ଦୀ ସଂସ୍କରଣ ଉନ୍ମୋଚନ କରିବା ପାଇଁ ଭାରତରେ ଅଛନ୍ତି। ମନ୍ଦିର ପରିଦର୍ଶନ ନେଇ ଜାକଲିନ୍ କହିଛନ୍ତି, "ମୋର ପ୍ରିୟ ବନ୍ଧୁ ମେୟଙ୍କ ସହ ମନ୍ଦିରରେ ଆଶୀର୍ବାଦ ନେବା ଏକ ସୁନ୍ଦର ଅନୁଭୂତି ଥିଲା, ଯିଏ ତାଙ୍କ ପୁସ୍ତକର ଉନ୍ମୋଚନ ପାଇଁ ଭାରତ ଆସିଛନ୍ତି। ମେୟଙ୍କ ପୁସ୍ତକ ଜଣେ ମହିଳାଙ୍କ ଦୃଢ଼ତାର କାହାଣୀ ଉପରେ ଆଧାରିତ। ଏହା ମୋତେ ବହୁତ କିଛି ଶିଖାଇଛି।"

ମା’ଙ୍କୁ ହରାଇବା ପରେ ଜାକଲିନ୍ ପ୍ରଥମ କରି ନଜର ଆସିଛନ୍ତି। ତାଙ୍କ ମା' କିମ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଷ୍ଟ୍ରୋକ୍ ହେବା ପରେ ମାର୍ଚ୍ଚ ୨୪ ତାରିଖରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏହା ପ‌ରେ ଏପ୍ରିଲ ୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ବାହାରିନର ମନାମାରେ ରହୁଥିବା କିମ୍ ପୂର୍ବରୁ ୨୦୨୨ମସିହାରେ ସମାନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ପରେ ତାଙ୍କୁ ବାହାରିନର ଏକ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe