ହାର୍ଟ-ସେପ୍ ଟାଟୁ ଦେଖାଇଲେ ଜ୍ୟାକଲିନ୍

Advertisment
ହାର୍ଟ-ସେପ୍ ଟାଟୁ ଦେଖାଇଲେ ଜ୍ୟାକଲିନ୍

News18

କରୋନାର ଦ୍ବିତୀୟ ଲହର ପାଇଁ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ ବର୍ତ୍ତମାନ ‘ରାମସେତୁ’ ଚଳଚ୍ଚିତ୍ରରୁ ବିରତି ନେଇଛନ୍ତି। ହାତରେ ଅନ୍ୟ କିଛି କାମ ନଥିବାରୁ ସେ ନିଜ ଶରୀରରେ ଏକ ନୂଆ ଟାଟୁର ଖୋଦେଇ ପାଇଁ ଯୋଜନା କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କର ଏକ ପୋଷ୍ଟରୁ ପ୍ରଶଂସକମାନେ ଏପରି ଅନୁମାନ କରିଛନ୍ତି। ଫଟୋ‌‌ରେ ଜ୍ୟାକଲିନ୍‌ ଏକ ବିକିନି ପିନ୍ଧିଥିବା ବେଳେ ତାଙ୍କ କାନ୍ଧ ପଛପାର୍ଶ୍ବରେ ଏକ ହାର୍ଟ ସେପ୍ ଟାଟୁ ରହିଛି। ଜ୍ୟାକଲିନ୍‌ଙ୍କ ଏହି ପୋଷ୍ଟଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ତେବେ ଜ୍ୟାକଲିନ୍‌ଙ୍କର ଏହି ମିରର୍ ସେଲ୍‌ଫିରେ ଦେଖିବାକୁ ମିଳିଥିବା ଟାଟୁଟି କପିଙ୍ଗ୍ ଥେରାପିରେ ତିଆରି ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଦିଶା ପଟ୍ଟାନୀ ମଧ୍ୟ ଏହି ଥେରାପିରେ ଟାଟୁ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe