ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ନୂଆ ପ୍ରେମିକ ତାଙ୍କୁ କି ଉପହାର ଦେଇଛନ୍ତି ଜାଣିଲେ ଆପଣଙ୍କର ହୋସ୍‌ ଉଡିଯିବ !

Advertisment
ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ନୂଆ ପ୍ରେମିକ ତାଙ୍କୁ କି ଉପହାର ଦେଇଛନ୍ତି ଜାଣିଲେ ଆପଣଙ୍କର ହୋସ୍‌ ଉଡିଯିବ !

ମୁମ୍ବାଇ: ବଲିଉଡର ଜଣାଶୁଣା ନାୟିକା ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ନୂଆ ସିନେମା ‘ରେସ୍‌-୩’ ରିଲିଜ୍‌ ହେବାପରେ ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି। ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ନିଜର ଆଫେଆର୍‌ପାଇଁ ମଧ୍ୟ ଆଜିକାଲି  ଚର୍ଚ୍ଚାରେ ଅଛନ୍ତି।

ଶୁଣିବାକୁ ମିଳୁଛି କି  ଜଣେ ଫିଟନେସ୍‌ ଟ୍ରେନର୍‌ଙ୍କୁ ଡେଟ୍‌ କରୁଛନ୍ତି ଜାକଲିିନ୍‌ ଫର୍ଣ୍ଣାଣ୍ଡିଜ୍‌। ଉଭୟଙ୍କୁ କେତେ ଥର ମୁମ୍ବାଇର ଏକ ନାଇଟ୍‌ କ୍ଲବ୍‌ରେ ଦେଖିବାକୁ ମିଳୁଛି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ ଫିଟନେସ୍‌ ଟ୍ରେନର୍‌  ବୟଫ୍ରେଣ୍ଡ୍‌ ଜାକଲିନ୍‌ଙ୍କପାଇଁ ପାଗଳ ହୋଇଛନ୍ତି। ଖାଲି ସେତିକି ନୁହେଁ  ଏହି ପାଗଳପ୍ରେମୀଜଣକ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଏକ ଥ୍ରି ବେଡରୁମ୍‌ ଥିବା ଫ୍ଲାଟ୍‌ ମଧ୍ୟ ଉପହାର ଦେଇଛନ୍ତି ବୋଲି କୁହାଯାଉଛି। ତେବେ ଜାକଲିନ୍‌ ତାଙ୍କୁ ସେତେ ଗୁରୁତ୍ୱ ଦେଉଛନ୍ତି କି ନା ତାହା ଜଣାପଡ଼ିନାହିଁ।

publive-image

ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଏକ ହିନ୍ଦୀ  ସିନେମା ‘ଆଲ୍ଲାଦିନ୍‌’ ଜରିଆରେ ବଲିଉଡରେ କ୍ୟାରିଅର୍‌ ଆରମ୍ଭ କରିଥିଲେ।ଏହାପରେ ସେ ମର୍ଡର-୨ , ହାଉସଫୁଲ୍‌, ହାଉସଫୁଲ୍‌-୨, ,କିକ୍‌,ଏ ଜେଣ୍ଟଲମ୍ୟାନ୍‌ , ରୟ ଓ ରେସ୍‌-ଥ୍ରି ଭଳି ସିନେମାରେ ନଜର ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe