‘ଜୟ ଭୀମ’ ସିନେମାକୁ ନେଇ ଥମୁନାହିଁ ବିବାଦ: ଅଭିନେତା ସୂର୍ଯ୍ୟ ଶିବକୁମାରଙ୍କୁ ଆକମ୍ରଣ ଧମକ, ବଢିଲା ସୁରକ୍ଷା

Advertisment
‘ଜୟ ଭୀମ’ ସିନେମାକୁ ନେଇ ଥମୁନାହିଁ ବିବାଦ: ଅଭିନେତା ସୂର୍ଯ୍ୟ ଶିବକୁମାରଙ୍କୁ ଆକମ୍ରଣ ଧମକ, ବଢିଲା ସୁରକ୍ଷା

ନୂଆଦିଲ୍ଲୀ: ସାଉଥ ଅଭିନେତା ସୂର୍ଯ୍ୟ ଶିବକୁମାରଙ୍କ ‘ଜୟ ଭୀମ’ ସିନେମାକୁ ନେଇ ବିବାଦ ଥମିବାର ନାଁ ନେଉନି । ଏହି କ୍ରମରେ ଚେନ୍ନାଇ ଟି.ନଗରରେ ଥିବା ଅଭିନେତା ସୂର୍ଯ୍ୟ ଶିବକୁମାରଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି । ମୁଖ୍ୟତଃ ବାନିଅର ସମୁଦାୟ ଏହି ସିନେମାକୁ ନେଇ ବେସ୍ ଅସନ୍ତୋଷ ପ୍ରକାଶ କରିଛି। ବାନିଅର ସମୁଦାୟ ଅଭିଯୋଗ କରିଛି କି, ଏହି ସିନେମା ମାଧ୍ୟମରେ ତାଙ୍କର ଛବିକୁ ମଳିନ କରାଯିବାକୁ ଚେଷ୍ଟା କରାଯାଇଛି ।

ଏନେଇ ବାରମ୍ବାର ସୂର୍ଯ୍ୟ ଶିବକୁମାରଙ୍କୁ ଧମକ ମିଳିବା ପରେ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ଚେନ୍ନାଇ ପୁଲିସ। ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ପଟ୍ଟୁଲୀ, ମକ୍କଲ କାଚୀ ପାର୍ଟିର ମୟିଲାଡୁତୁରୈ ଜିଲ୍ଲା ସଂପାଦକ ପନ୍ନିରସେଲଭମ୍ ଘୋଷଣା କରିଥିଲେ କି ଯିଏ ଅଭିନେତା ସୂର୍ଯ୍ୟ ଶିବକୁମାରଙ୍କ ଉପରେ ଆକ୍ରମଣ କରିବ ତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ । କେବଳ ସେତିକି ନୁହେଁ ପନ୍ନିର ସେଲଭମ୍ ପୁଲିସ ସହିତ ଯୋଗାଯୋଗ କରି ଦାବି କରିଥିଲେ ଯେ ଅଭିନେତା ସୂର୍ଯ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଅନ୍ୟପଟେ ନଭେମ୍ବର ୧୪ ତାରିଖ ଦିନ ଏହି ଦଳର କର୍ମକର୍ତ୍ତାମାନେ ମୟିଲାଡୁତୁରୈ ସିନେମା ଘର ଉପରେ ଆକ୍ରମଣ କରିଥିଲେ ଓ ମ୍ୟାନେଜରଙ୍କୁ ଜବରଦସ୍ତ ସିନେମାର ସ୍କ୍ରିନିଂ ବନ୍ଦ କରିବାକୁ ଧମକ ଦେଇଥିଲେ । ଏହା ବ୍ୟତୀତ ଏହି ସମୁଦାୟ 'ଜୟ ଭୀମ' ସିନେମାର ପ୍ରଯୋଜକ ଓ ଅଭିନେତା ସୂର୍ଯ୍ୟଙ୍କ ବିରୋଧରେ ଆଇନଗତ ନୋଟିସ ବି ପଠାଇଛନ୍ତି ।

ସିନେମାରେ ଅଭିନେତା ତାମିଜ ସବ ଇନସ୍ପେକ୍ଟର ଗୁରୁମୂର୍ତ୍ତିଙ୍କ ଭୂମିକା ନିର୍ବାହ କରିଛନ୍ତି । ସିନେମାର ଏକ ସିନରେ ଗୁରୁମୂର୍ତ୍ତି ମଦ୍ୟପାନ କରୁଛନ୍ତି ଓ ତାଙ୍କ ପଛପଟେ ଥିବା କାନ୍ଥରେ ସାଂପ୍ରଦାୟିକ ଚିହ୍ନ ଦେଖିବାକୁ ମିଳୁଛି, ଯାହାକୁ ନେଇ ବାନିଅର ସମୁଦାୟ ଅଭିଯୋଗ କରିଛି । ସମୁଦାୟ କହିଛି କି ଏହି ନାଗରିକ ଓ କ୍ରିମିନାଲ ଦୁଇଟିଯାକ ଅପରାଧିକ ଶ୍ରେଣୀ ଅର୍ନ୍ତଭୂକ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe