ଜୀବନର ବନ୍ଧନରୁ ଜୟ ହନୁମାନ

Advertisment
ଜୀବନର ବନ୍ଧନରୁ ଜୟ ହନୁମାନ

ଭୁବନେଶ୍ବର:  ଜୀବନକୁ କି ଅବା ଭରସା, ଏ ଜୀବନ ଯଉବନ, ଆଉ ଦାଉ ସାଧନାରେ କଳାମାଧବ, ବିଶ୍ବା‌େସ ଉଶ୍ବାସ ସକଳ ଯନ୍ତ୍ରଣା, ତୁ ନ ଥିଲେ ମୁଁ କିଏ, ମୁଁ ସୁଦାମା ତୁମେ ମହାବାହୁ, ମଣିଷ ହେବାକୁ ନାହିଁ ମୋ ଯୋଗ୍ୟତା ନର୍କର କୀଟ, ଦ୍ବାପରରେ ଗପ ଗୋଟିଏ ରାଧା କହ୍ନେଇ ପ୍ରେମ ପରି କିଛି ଜୀବନ ଦର୍ଶନ ଓ ଭକ୍ତିଭାବପୂର୍ଣ୍ଣ ଭଜନର ଗାୟକ ପଙ୍କଜ ଜାଲ। ଟିଟିଲାଗଡ଼ ନାଇଁସେ ଇଟା ତତଲାଗଡ଼ରେ ନନୀ, ଲାଲ ଟହ ଟହ ଗୋଲାପ, ଆ‌ଏ ରଙ୍ଗବତୀ, ଲାଲ ଝରା ଝରା, ପକ୍ଷୀ ଉଡ଼ିଗଲା ପାଖେରେ ପରି କିଛି ଲୋକପ୍ରିୟ ସମ୍ବଲପୁରୀ ଗୀତ‌େର ସେ କଣ୍ଠଦାନ କରିଛନ୍ତି।

ତୁ ମୋ ଆଖିର ତାରା, ଓ ମାଇଁ ଲଭ୍, ବାହୁଡ଼ିବେ ମୋ ଜଗାବଳିଆ, ସାବତ ମା, ସ୍ମାଇଲ୍ ପ୍ଲିଜ୍, ଆଖିରେ ଆଖିରେ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ସେ ମଧ୍ୟ କିଛି ପ୍ରଚ୍ଛଦ ଗୀତ ଗାଇଛନ୍ତି। ତାଙ୍କର ସବୁଠୁ ହୃଦୟସ୍ପର୍ଶୀ ଗୀତଟି ହେଲା‘‘ଏ ଜୀବନର ବନ୍ଧନ, ଲୁହରେ ହସେ ଫଗୁଣ, ଏ ଭଲମନ୍ଦ, ଏ ହସକାନ୍ଦ, ଆଜି କାଇଁ ଲାଗେ ସବୁ ସମାନ’’। ଅବଶ୍ୟ ଏଥିରେ ପଙ୍କଜ ଜାଲଙ୍କ ସହ ଯୁଗ୍ମ ଭାବେ କଣ୍ଠଦାନ କରିଥିଲେ କଣ୍ଠଶିଳ୍ପୀ ପମି ଏବଂ ଅଭିନୟରେ ଥିଲେ ବିଜୟ ମହାନ୍ତି ଓ ତନ୍ଦ୍ରା ରାୟ।

ଏବେ ପଙ୍କଜଙ୍କ କଣ୍ଠରେ ପ୍ରସ୍ତୁତ ହେଇଛି ‘ଅଞ୍ଜନେୟ ହନୁମାନ’। ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ଅବସରରେ ପୃଥ୍ବୀରାଜ ଡିଭୋସନାଲ୍ ବ୍ୟାନର୍‌ରେ ମହାବୀରଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହେଇଥିବା ଏଇ ଭକ୍ତିଭାବର ମ୍ୟୁଜିକ୍ ଭିଡିଓଟି ଲୋକାର୍ପିତ ହୋଇଯାଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସ୍ମୃତି ଏବଂ ଅଭିନୟରେ ଅଛନ୍ତି ଦେଶପ୍ରେମୀ ଋଷି। ଏହି ଗୀତ ଓ ଗୀତଦୃଶ୍ୟର ପ୍ରଯୋଜନା କରିଛନ୍ତି ଶୀତଳ କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe