ଲୋକପ୍ରିୟ ଅଭିନେତା ଜୟଦୀପଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼

Advertisment

ଲୋକପ୍ରିୟ ଅଭିନେତା ଜୟଦୀପ ଅହଲାବତଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ। ଅଭିନେତା ତାଙ୍କ ବାପାଙ୍କୁ ହରାଇଥିବା ଜଣାପଡ଼ିଛି। ଦେହାନ୍ତ ଖବର ପାଇବା ପରେ ଏବେ ଜୟଦୀପ ପରିବାର ସହ ଗାଁକୁ ଯାଇଥିବା ଜଣାପଡ଼ିଛି।

ଲୋକପ୍ରିୟ ଅଭିନେତା ଜୟଦୀପ ଅହଲାବତଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ। ଅଭିନେତା ତାଙ୍କ ବାପାଙ୍କୁ ହରାଇଥିବା ଜଣାପଡ଼ିଛି। ଦେହାନ୍ତ ଖବର ପାଇବା ପରେ ଏବେ ଜୟଦୀପ ପରିବାର ସହ ଗାଁକୁ ଯାଇଥିବା ଜଣାପଡ଼ିଛି।

tjayadee

ମୁମ୍ବାଇ: ବଲିଉଡ ଅଭିନେତା ଜୟଦୀପ ଅହଲାୱତଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼। ବାପାଙ୍କୁ ହରାଇଲେ ଜୟଦୀପ। ଜାନୁଆରି ୧୩ତାରିଖ ରାତିରେ ଅଭିନେତାଙ୍କ ପିତା ଦୟାନନ୍ଦ ଅହଲାୱତଙ୍କ ଦେହାନ୍ତ ହୋଇଥିଲା। କୁହାଯାଉଛି ଯେ, ଜୟଦୀପ ଏବଂ ତାଙ୍କ ପରିବାର ତାଙ୍କ ପିତାଙ୍କ ଶେଷକୃତ୍ୟ ପାଇଁ ନିଜ ଗାଁକୁ ଚାଲିଯାଇଛନ୍ତି।

ସୂଚନା ମୁତାବକ, ଜୟଦୀପ ଅହଲାୱତ ହରିୟାଣାର ରୋହତକର ବାସିନ୍ଦା। ବାପାଙ୍କ ଦେହାନ୍ତ ପରେ ଜୟଦୀପ ପୂରା ପରିବାରକୁ ନେଇ ପିତାଙ୍କ ଶେଷକୃତ୍ୟ ପାଇଁ ସେଠାକୁ ଯାଇଥିବା ସାମ୍ନାକୁ ଆସିଛି। ଏହି ଦୁଃଖଦ ଖବର ଦେଇ ଜୟଦୀପଙ୍କ ଟିମ୍ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, 'ଆମେ ଗଭୀର ଦୁଃଖର ସହିତ ଜଣାଉଛୁ ଯେ ଜୟଦୀପ ଅହଲାୱତଙ୍କ ପ୍ରିୟ ପିତା ଆଉ ଏହି ଦୁନିଆରେ ନାହାନ୍ତି। ସେ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଏ ଦୁନିଆରୁ ବିଦାୟ ନେଇଛନ୍ତି। ଏହି କଷ୍ଟକର ସମୟରେ ଜୟଦୀପ ଏବଂ ତାଙ୍କ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ଅନୁରୋଧ । ଆପଣଙ୍କ ପ୍ରାର୍ଥନା ପାଇଁ ଆମେ କୃତଜ୍ଞ।'

ଜୟଦୀପ ଅହଲାୱତଙ୍କ ବାପା ଜଣେ ଅବସରପ୍ରାପ୍ତ ଶିକ୍ଷକ ଥିଲେ। ଜୟଦୀପ ତାଙ୍କର ଅନେକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କ ବାପା କିପରି ତାଙ୍କ ସ୍ୱପ୍ନକୁ ସମର୍ଥନ କରିଥିଲେ। ଅଭିନେତା ହେବାର ନିଷ୍ପତ୍ତିକୁ ତାଙ୍କ ବାପା ଦୃଢ଼ ଭାବେ ସମର୍ଥନ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe