ଚିରନିଦ୍ରାରେ ‘ନିଦଭରା ରାତି ମଧୁଝରା ଜହ୍ନ..’ର ସ୍ବରକାର ଜେ. ଆଦେନି

Advertisment

ପ୍ରଖ୍ୟାତ ନିର୍ଦ୍ଦେଶକ ତଥା ସଙ୍ଗୀତ ନିର୍ଦେଶକ ‌ଜେ ଆଦେନିଙ୍କ ପରଲୋକ

ପ୍ରଖ୍ୟାତ ନିର୍ଦ୍ଦେଶକ ତଥା ସଙ୍ଗୀତ ନିର୍ଦେଶକ ‌ଜେ ଆଦେନିଙ୍କ ପରଲୋକ

ଚିରନିଦ୍ରାରେ ‘ନିଦଭରା ରାତି ମଧୁଝରା ଜହ୍ନ..’ର ସ୍ବରକାର ଜେ. ଆଦେନି

କଟକ: ପ୍ରଖ୍ୟାତ ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ୍ ନିର୍ଦେଶକ ତଥା ସଙ୍ଗୀତ ନିର୍ଦେଶକ ଇଂ.ଜଲାଲ ଆଦେନି ଆଉ ନାହାନ୍ତି। ଆଜି ନିଜର କଟକ ବକ୍ସିବଜାରସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିଲା। ତାଙ୍କର ହୃଦଘାତରେ ପରଲୋକ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁଶଯ୍ୟା ନିକଟରେ ସ୍ବର୍ଗତଃ ଆଦେନିଙ୍କ ପତ୍ନୀ ଓ ପୁତ୍ର ଉପସ୍ଥିତ ଥିଲେ।

ସେ ଓଡ଼ିଆ ସିନେମା ଜଗତରେ ଜେ.ଆଦେନି ନାମରେ ଲୋକପ୍ରିୟ ଥି‌ଲେ। ବୃତ୍ତିରେ ଜଣେ ଇଞ୍ଜିନିୟର ହୋଇ ମଧ୍ୟ ସିନେମା ପ୍ରତି ତାଙ୍କର ପ୍ରବଳ ଦୁବର୍ଳତା ଥିଲା, ଯାହା ତାଙ୍କୁ ଚଳଚିତ୍ର ଜଗତକୁ ଟାଣି ଆଣିଥିଲା । ସେ କଲିକତାରେ ସିନେମା ନିର୍ମାଣର କଳାକୌଶଳ ଶିକ୍ଷା କରିବା ପରେ କିଛି ବର୍ଷ ମୁ୍ମ୍ବାଇରେ ମଧ୍ୟ କାମ କରୁଥିଲେ। ତା’ପରେ ସେ କଟକ ଫେରି ଆସିଥିଲେ।

ଆଖି ବୁଜିଲେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନି - OTV Khabar.

କଟକ ଫେରି ଓଡ଼ିଆ ଚଳଚ୍ଚିତ୍ର ‘ଅନୁତାପ’ ନିର୍ମାଣ କରିଥି‌ଲେ। ୧୯୭୭ରେ ନିର୍ମିତ ‘ଅନୁତାପ’ରେ ସେ ନିର୍ଦେଶନା ଦେଇଥିବା ସହ ସ୍ବର ସଂଯୋଜନା ମଧ୍ୟ କରିଥିଲେ। ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ଆଜି ବି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରେ। ଅନୁତାପ ଚଳଚ୍ଚିତ୍ରର ପ୍ରତିଟି ଗୀତ ଯଥା ‘ନିଦଭରା ରାତି ମଧୁଝରା ଜହ୍ନ ଫିକା ଫିକା ଏହି ଜୋଚ୍ଛନା..’, ‘ନୁପୁର କାହିଁକି ମୁଁ ବାନ୍ଧିଲି....’, ‘ମୁଁ ତୁମକୁ ଭଲ ପାଏ ଲୁଚିଲୁଚି କା...’ଓ ‘ଚେତନାର ରୁପକାର.,..’ ଏବେ ବି ବେଶ୍ ଲୋକପ୍ରିୟ। ଏହି ଚଳଚ୍ଚିତ୍ରରୁ ବିଶିଷ୍ଟ ଗୀତିକାର ନିଜାମ, ଶୀର୍ଷନନ୍ଦ ଦାସକାନୁନଗୋ, ରଜନୀକାନ୍ତ ନାଏକ ଚଳଚ୍ଚିତ୍ର ଗୀତିକାର ଭାବେ କ୍ୟାରିୟର ଆରମ୍ଭ କରିଥିଲେ।

ସୁରେଶ ମିଶ୍ର ଓ ସୌଦାମିନୀ ମିଶ୍ରଙ୍କ ଅଭିନୀତ  ଚଳଚ୍ଚିତ୍ର ‘ଅନୁତାପ’ ସେ ସମୟରେ ଏକ ମ୍ୟୁଜିକାଲ୍ ହିଟ୍ ହୋଇ ବେଶ ଚର୍ଚ୍ଚା ସାଉଁଟିଥିଲା।

ଏହାପରେ ଜେ ଆଦେନି ‘ହୀରାମୋତିମାଣିକ’ ଶୀର୍ଷକରେ ଅନ୍ୟ ଏକ ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିଲେ। ଏହା ଥିଲା ତାଙ୍କ ନିର୍ଦେଶିତ ଶେଷ ଓଡ଼ିଆ ଚଳଚ୍ଚିତ୍ର। ତେବେ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେଇ ନ ଥିଲେ ଜେ ଆଦେନି। ଶ୍ରୀବତ୍ସ ପଟ୍ଟନାୟକ ଥିଲେ ଏହାର ସ୍ବରକାର।

ଜେ ଆଦେନି ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ସିନେ ଜଗତକୁ ବହୁ ପ୍ରତିଭାବାନ କଳାକାରମାନଙ୍କୁ ଦିଗଦର୍ଶନ ଦେଇଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe