ଜଣଙ୍କ ସହ ଦୁଇ ଭଉଣୀଙ୍କ ପ୍ରେମ ପ୍ରସଙ୍ଗ ଖଣ୍ଡନ କଲେ ଜାହ୍ନବୀ

ଜଣଙ୍କ ସହ ଦୁଇ ଭଉଣୀଙ୍କ ପ୍ରେମ ପ୍ରସଙ୍ଗ ଖଣ୍ଡନ କଲେ ଜାହ୍ନବୀ

NDTV.com

ଜାହ୍ନବୀ କପୁରଙ୍କ ପ୍ରେମ ଜୀବନ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି ଯେତେବେଳେ ସେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇଜଣ ପୂର୍ବ ପ୍ରେମିକଙ୍କ ସହ ଏକାଠି ଦେଖାଦେଇଛନ୍ତି। କଥା କ’ଣ କି ଜାହ୍ନବୀ ଏବେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ମିଲି’ର ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ଏକ ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା ଯେ ସେ ନିଜ ବିଷୟରେ ପଢ଼ିଥିବା ସବୁଠାରୁ ନିକୃଷ୍ଟ କଥାଟି କ’ଣ? ଜାହ୍ନବୀ, ସେ ଓ ତାଙ୍କ ଭଉଣୀ ଖୁସିଙ୍କୁ ନେଇ ପ୍ରଚାର ହୋଇଥିବା ଏକ ଗୁଜବ କଥା ମନେ ପକାଇ ତାହାକୁ ପ୍ରଥମ ଥର ପାଇଁ ଖଣ୍ଡନ କରିଛନ୍ତି। ସେ ଥରେ ଏକ ଲେଖା ପଢ଼ିଥିଲେ ଯେ ବାଲ୍ୟକାଳରୁ ଘନିଷ୍ଠ ବନ୍ଧୁ ରହିଆସିଥିବା ଅକ୍ଷତ ରାଜନଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା। ସେମାନଙ୍କ ସମ୍ପର୍କ ଭାଙ୍ଗିଯିବା ପରେ ତାଙ୍କ ଭଉଣୀ ଖୁସି କପୁର ଅକ୍ଷତଙ୍କ ସହିତ ସମ୍ପର୍କ ଗଢ଼ିଥିଲେ ବୋଲି ସେଥିରେ ଉଲ୍ଲେଖ ରହିଥିଲା। ଏଭଳି ବୃଥା ଚର୍ଚ୍ଚାକୁ ଜାହ୍ନବୀ ଖଣ୍ଡନ କରି କହିଛନ୍ତି ଯେ ଦୁଇ ଭଉଣୀ କେବେହେଲେ ଅକ୍ଷତଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ କରିନାହାନ୍ତି, ବରଂ ସେମାନେ ପିଲାବେଳୁ ଭଲ ସାଙ୍ଗ ରହିଆସିଛନ୍ତି।

ସେହିପରି ଔରହନ ଆଵତ୍ରମଣିଙ୍କ ସହିତ ଏକାଧିକ ଆସରରେ ଜାହ୍ନବୀ ଯୋଗଦେଉଥିବାର ଦେଖିବାକୁ ମିଳିଥିବାରୁ ତାଙ୍କ ସହ ପ୍ରେମ ସମ୍ପର୍କ ଥିବାର ସନ୍ଦେହ କରାଯାଉଥିଲା। କିନ୍ତୁ ଜାହ୍ନବୀ କହିଛନ୍ତି ଯେ ଔରହନଙ୍କ ସହିତ ମଧ୍ୟ ତାଙ୍କର ସେମିତି କିଛି ସମ୍ପର୍କ ନାହିଁ, ପ୍ରକୃତରେ ସେ ବର୍ତ୍ତମାନ ଏକଲା ଅଛନ୍ତି। ଜାହ୍ନବୀ ଏକଦା ଖୁସିଙ୍କୁ ଡେଟିଂ ନେଇ ଉପଦେଶ ଦେବାର ଆମେ ଶୁଣିଥିଲୁ ଯେ ସେ କୌଣସି ଅଭିନେତାଙ୍କୁ ଡେଟ୍ କରିବା ଅନୁଚିତ। ଏପରିକି ସେ ନିଜେ ମଧ୍ୟ ଅଭିନେତାଙ୍କୁ ପ୍ରେମ କରିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ। ‘ଧଡ଼କ’ ଚଳଚ୍ଚିତ୍ର ମାଧ୍ୟମରେ ଜାହ୍ନବୀ ବଲିଉଡ୍‌ରେ ପାଦ ଥାପିବାର ପାଞ୍ଚ ବର୍ଷ ବିତିଗଲାଣି। ଆସନ୍ତା ନଭେମ୍ବର ୪ ତାରିଖରେ ପିତା ବୋନି କପୁରଙ୍କ ପ୍ରଯୋଜନାରେ ନିର୍ମିତ ‘ମିଲି’ ଚଳଚ୍ଚିତ୍ର ମୁକ୍ତିଲାଭ କରିବ ଯେଉଁଥିରେ ଜାହ୍ନବୀ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଭଉଣୀ ଖୁସି ମଧ୍ୟ ଆଗକୁ ‘ଦି ଆର୍ଚିଜ୍’ ସିନେମା ମାଧ୍ୟମରେ ଅଭିନୟ ଦୁନିଆକୁ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe