ଖୁସିଙ୍କୁ ଖୁସୁ ଡାକନ୍ତି ଜାହ୍ନବୀ

Advertisment
ଖୁସିଙ୍କୁ ଖୁସୁ ଡାକନ୍ତି ଜାହ୍ନବୀ

yes punjab

ଶ୍ରୀଦେବୀଙ୍କ ଦୁଇ ଝିଅ ଜାହ୍ନବୀ ଓ ଖୁସି କପୁରଙ୍କୁ ସମସ୍ତେ ଜାଣନ୍ତି। ବିଭିନ୍ନ ସମୟରେ ଦୁହିଁଙ୍କୁ ନେଇ ଖବର ବି ପ୍ରକାଶ ପାଏ। ମାଆଙ୍କ ଦେହାନ୍ତ ପରେ ବଡ଼ଭଉଣୀ ଜାହ୍ନବୀ ଖୁସିଙ୍କର ବେଶ୍ ଯତ୍ନ ନେଇ ଆସୁଛନ୍ତି। ଏହି ଦୁଇ ଭଉଣୀଙ୍କ ଯୋଡ଼ି ବଲିଉଡ୍‌ର ସୁନ୍ଦର ଯୋଡ଼ି ମଧ୍ୟରୁ ଅନ୍ୟତମ। ଦୁହିଁଙ୍କୁ ଅଧିକାଂଶ ସମୟରେ ଏକାଠି ଦେଖିବାକୁ ମିଳେ। ଶ୍ରୀଦେବୀଙ୍କ ନିଧନ ପରେ ବାପା ବୋନି କପୁର ଏକାକୀ ଦୁଇ ଝିଅଙ୍କୁ ପାଳି ଆସୁଛନ୍ତି। ଏବେ ସେ ଦୁହେଁ ଯଥେଷ୍ଟ ବଡ଼ ହୋଇ ସାରିଲେଣି। ଦୁଇ ଭଉଣୀଙ୍କ ମଧ୍ୟରେ ଅନାବିଳ ସ୍ନେହ ଥିବା ବେଳେ ଜାହ୍ନବୀ ତାଙ୍କ ସାନଭଉଣୀକୁ ଗେହ୍ଲାରେ ଏକ ଭିନ୍ନ ନାମ‌ରେ ଡାକନ୍ତି। ସମସ୍ତଙ୍କ ପାଇଁ ବୋନିଙ୍କ ସାନଝିଅ ଖୁସି ହୋଇଥିବା ବେଳେ ଜାହ୍ନବୀ ତାଙ୍କୁ ଡାକନ୍ତି ‘ଖୁସୁ’ ।

ଜାହ୍ନବୀ ‘କଫି ୱିଥ୍ କରଣ’ରେ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ଖୁଲାସା କରିଛନ୍ତି। ଯେବେ ତାଙ୍କୁ ତାଙ୍କ ଫୋନ୍‌ର ୩ ଜଣ ‘ସ୍ପିଡ୍‌ ଡାଏଲ୍‌’ ଥିବା ବ୍ୟକ୍ତିଙ୍କ ବିଷୟରେ ପଚରାଗଲା ତ ସେ ଖୁସିଙ୍କ ନାମ ନେଇଥିଲେ। ତାହା ପୂର୍ବରୁ ସେ ତାଙ୍କ ତଥାକଥିତ ପ୍ରେମିକ ଶିଖର ପହରିଆଙ୍କ ନାମ ବି ନେଇଥିଲେ। ଯଦିଓ ସେ ଶିଖରଙ୍କ ସହ ନିଜର ପ୍ରେମ ସଂପର୍କକୁ ନେଇ କେବେ ବି ସବୁଜ ସଂକେତ ଦେଇନାହାନ୍ତି; ମାତ୍ର ଜାହ୍ନବୀ ତାଙ୍କ ସହ ମଧ୍ୟାହ୍ନ ଓ ରାତ୍ରଭୋଜନ କରିବାରେ ଆଦୌ ହେଳା କରନ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe