ଦକ୍ଷିଣମୁହାଁ ଜାହ୍ନବୀ

Advertisment
ଦକ୍ଷିଣମୁହାଁ ଜାହ୍ନବୀ

Box Office India

ଶ୍ରୀଦେବୀ ତନୟା ଜାହ୍ନବୀ କପୁର ଏବେ ଦକ୍ଷିଣମୁହାଁ ହେବାର ଯୋଜନା କରୁଛନ୍ତି। ମା’ ଶ୍ରୀଦେବୀଙ୍କ ଭଳି ଜାହ୍ନବୀଙ୍କୁ ବି ତେଲୁଗୁ ଚଳଚ୍ଚିତ୍ରରେ ଦେଖିବାର ସୁଯୋଗ ମିଳିବ। ସେ ତେଲୁଗୁ ସୁପରଷ୍ଟାର୍‌ ଜୁନିଅର୍‌ ଏନ୍‌ଟିଆରଙ୍କ ବିପକ୍ଷରେ ତାଙ୍କ ‘ତେଲୁଗୁ’ ଡେବ୍ୟୁ କରିପାରନ୍ତି ବୋଲି ଖବର ମିଳିଛି। ଚଳଚ୍ଚିତ୍ରର ଟାଇଟଲ ରହିଛି ‘ଆଇନାନୁ ପୋଇ ରାଭଲେ ହସ୍ତିନାକୁ’। ସୂଚନା ମୁତାବକ, ଚଳଚ୍ଚିତ୍ର ନିର୍ମାତାମାନେ ଜୁନିଅର୍‌ ଏନ୍‌ଟିଆରଙ୍କ ବିପକ୍ଷରେ ଅଭିନୟ ପାଇଁ ଏକ ନୂଆ ମୁହଁ ସନ୍ଧାନ କରୁଥିଲେ। ସେଥିଲାଗି ଜାହ୍ନବୀଙ୍କ ସହ ଆଲୋଚନା ଚାଲିଛି। ଯଦି ସବୁ କିଛି ଠିକ୍‌ଠାକ୍‌ ରୁହେ, ଖୁବ୍‌ ଶୀଘ୍ର ଏହାର ସୁଟିଂ ଆରମ୍ଭ ହୋଇପାରେ।’ ଆଗକୁ ଜାହ୍ନବୀ ବଲିଉଡ୍‌ ଚଳଚ୍ଚିତ୍ର ‘ଦୋସ୍ତାନା-୨’ ଓ ‘ତଖ୍‌ତ’ରେ ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe