ଜାହ୍ନବୀଙ୍କୁ କାର୍ ଉପହାର ଦେଲେ ଅନନ୍ୟା ! ଭାଇରାଲ୍ ହେଉଛି ଭିଡିଓ

Advertisment
tjahnavii

ମୁମ୍ବାଇ: ଜାହ୍ନବୀ କପୁର ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଜଣାଶୁଣା। ତାଙ୍କ ଫ୍ୟାଶନଠାରୁ ଆରମ୍ଭ କରି ତାଙ୍କ କାର୍ କଲେକ୍ସନ ପର୍ଯ୍ୟନ୍ତ ସବୁକିଛି ଚର୍ଚ୍ଚାରେ ରହିଥାଏ। ଏବେ ଜାହ୍ନବୀ କପୁରଙ୍କ ଏକ ନୂତନ କାର ଚର୍ଚ୍ଚାରେ ରହିଛି। ସେ ଏହାକୁ କିଣି ନାହାନ୍ତି। ତାଙ୍କୁ ଏହି କାର୍ ଉପହାରରେ ମିଳିଛି। ଜାହ୍ନବୀ କପୁରଙ୍କ ଜଣେ ଖାସ ବନ୍ଧୁ ତାଙ୍କୁ ଏକ ବିଳାସପୂର୍ଣ୍ଣ କାର୍ ଉପହାର ଦେଇଛନ୍ତି।

ସୂଚନା ଅନୁଯାୟୀ, ଜାହ୍ନବୀ କପୁରଙ୍କୁ ତାଙ୍କ ବନ୍ଧୁ ଅନନ୍ୟା ବିର୍ଲା ଏକ ଲାମ୍ବୋର୍ଗିନୀ ହୁରାକାନ ଇଭୋ ସ୍ପାଇଡର ଉପହାର ଦେଇଛନ୍ତି। ଏହି କାର୍ ସହିତ ଏକ ବଡ଼ ଉପହାର ବାକ୍ସ ମଧ୍ୟ ଆସିଥିଲା, ଯାହା ଉପରେ ଅନନ୍ୟା ବିର୍ଲାଙ୍କ ନାମ ଲେଖାଯାଇଥିଲା। ତାଙ୍କର ବିଳାସପୂର୍ଣ୍ଣ କାର୍‌ର ମୂଲ୍ୟ ୪ କୋଟି ଟଙ୍କାରୁ ଅଧିକ ହେବ‌ ବୋଲି କୁହାଯାଉଛି। ସୋସିଆଲ ମିଡିଆରେ ଏହି କାର୍‌କୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। ଏହି କାର୍ ବ୍ୟତୀତ ଜାହ୍ନବୀଙ୍କ ପାଖରେ ଟୟୋଟା ଲେକ୍ସସ୍ (୨.୫ କୋଟି ଟଙ୍କା), ମର୍ସିଡିଜ୍ ଜିଏଲ୍‌ଇ୨୫୦ଡି (୬୭.୧୫ ଲକ୍ଷ ଟଙ୍କା), ବିଏମଡବ୍ଲୁ (୯୫.୯ ଲକ୍ଷ ଟଙ୍କା) ଏବଂ ମର୍ସିଡିଜ୍ ବେଞ୍ଜ ଏ-କ୍ଲାସ୍ (୧.୬୨ କୋଟି ଟଙ୍କା) ରହିଛି।

ଜାହ୍ନବୀ କପୁର ଏବଂ ଅନନ୍ୟା ବିର୍ଲା ଦୀର୍ଘ ଦିନର ବନ୍ଧୁ। ଶିଳ୍ପପତି କୁମାର ମଙ୍ଗଳମ୍ ବିର୍ଲା ଏବଂ ନୀରଜା ବିର୍ଲାଙ୍କ ଝିଅ ଅନନ୍ୟା ଜଣେ ଗାୟିକା ହେବା ବ୍ୟତୀତ ନିଜେ ଜଣେ ଉଦ୍ୟୋଗୀ। ସେ ୨୦୧୬ମସିହାରେ ଜିମ୍ ବିଞ୍ଜଙ୍କ ଦ୍ୱାରା ପ୍ରଯୋଜିତ ତାଙ୍କର ପ୍ରଥମ ସିଙ୍ଗଲ୍, 'ଲିଭିନ୍ ଦି ଲାଇଫ୍' ରିଲିଜ୍ କରିଥିଲେ। ତାଙ୍କର ପରବର୍ତ୍ତୀ ସିଙ୍ଗଲ୍ସ, ଥିଲା "ମିଣ୍ଟ ଟୁ ବି" । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe