ଡାକ୍ତରଖାନାରେ ଭର୍ତ୍ତି ହେଲେ ଜାହ୍ନବୀ କପୁର

ଡାକ୍ତରଖାନାରେ ଭର୍ତ୍ତି ହେଲେ ଜାହ୍ନବୀ କପୁର

ମୁମ୍ବାଇ: ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର। ଦକ୍ଷିଣ ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ବୁଧବାର ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ବାହାର ଖାଦ୍ୟ ଖାଇବାକୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିବା ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମ ମୁତାବକ, ଜାହ୍ନବୀ କପୁର ଚେନ୍ନାଇ ଯାଇଥିଲେ। ମଙ୍ଗଳବାର ସେଠାରୁ ଫେରୁଥିବା ସମୟରେ ବିମାନବନ୍ଦରରେ କିଛି ଖାଦ୍ୟ ଖାଇଥିଲେ। ଏହା ପରେ ସେ ଘରକୁ ଫେରିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଫୁଡ ପଏଜନିଂ ହୋଇଥିବା ଜଣାପଡ଼ିବା ସହ ଜାହ୍ନବୀ ଦୁର୍ବଳ ଅନୁଭବ କରିବାରୁ ଡାକ୍ତର ତାଙ୍କୁ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ ପରେ ଏବେ ଜାହ୍ନବୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଚିକିତ୍ସା ପରେ ସେ ସୁସ୍ଥ ହେଉଥିବାରୁ ଶୁକ୍ରବାର ସେ ଡିସଚାର୍ଜ ହୋଇପାରନ୍ତି ବୋଲି କୁହାଯାଉଛି।

ତେବେ ଜାହ୍ନବୀ କପୁର ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଉଲଝ' ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଥିବା ବେଳେ ଅଗଷ୍ଟ ୨ରେ ଏହା ପ୍ରେକ୍ଷାଳୟରେ ରିଲିଜ୍ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe