ଆସନ୍ତାକାଲି ମାଡାମ ତୁଷାଦରେ ସ୍ଥାନ ପାଇବ ଦିଗଂଗତ ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତି

Advertisment
ଆସନ୍ତାକାଲି ମାଡାମ ତୁଷାଦରେ ସ୍ଥାନ ପାଇବ ଦିଗଂଗତ ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତି

zeenews.india.com

ମୁମ୍ବାଇ: ଦିବଗଂତ ଅଭିନେତ୍ରୀ ଶ୍ରୀଦେବୀଙ୍କ ମହମ ମୂର୍ତ୍ତି ସିଙ୍ଗାପୁର୍‌ର ମାଡାମ୍‌ ତୁଷାଦରେ ବୁଧବାର ଉନ୍ମୋଚିତ ହେବ ବୋଲି ସୂଚନା ରହିଛି। ଏଥିପାଇଁ ରବିବାର ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁର ସିଙ୍ଗାପୁର ଅଭିମୁଖେ ଗସ୍ତ କରିଛନ୍ତି।

ମୃତ ପତ୍ନୀଙ୍କୁ ମନେ ପକାଇ ବୋନି କପୁର ଶ୍ରୀଦେବୀଙ୍କ ମୂର୍ତ୍ତିର କିଛି ଅଂଶକୁ ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ସେୟାର୍‌ କରି ଲେଖିଛନ୍ତି, ‘ଶ୍ରୀଦେବୀ ସବୁବେଳେ ବଞ୍ଚି ରହିବେ। କେବଳ ଆମ ହୃଦୟରେ ନୁହେଁ, ବରଂ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ। ସେପ୍ଟେମ୍ବର ୪ ତାରିଖରେ ସିଙ୍ଗାପୁରର ମାଡାମ ତୁଷାଦରେ ସ୍ଥାନ ପାଇବାକୁ ଥିବା ତାଙ୍କ ପ୍ରତିମୂର୍ତ୍ତିକୁ ଦେଖିବା ପାଇଁ ଗଭୀର ଭାବେ ଅପେକ୍ଷା କରିଛି।’

ଉଲ୍ଲେଖଯୋଗ୍ୟ, ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ଏବେ ବି ରହସ୍ୟ ହୋଇ ରହିଛି। ପାଣିରେ ବୁଡ଼ି ତାଙ୍କ ମୃତ୍ୟୁ ଘଟିଥିବା ଶରୀର ବ୍ୟବଚ୍ଛେଦ ରିପୋର୍ଟରୁ ମିଳିଥିଲେ ବି ଏହା ହତ୍ୟା ବୋଲି ଏବେ ବି କେତେକଙ୍କ ସନ୍ଦେହ ରହିଛି। ସେ ୫୪ ବର୍ଷ ବୟସରେ ଦୁବାଇର ଏକ ହୋଟେଲ୍‌ରେ ୨୦୧୮ ମସିହା ଫେବ୍ରୁଆରି ୨୪ ତାରିଖରେ ଦେହ ତ୍ୟାଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe