ଗୋଡ଼-ହାତ ଅଚଳ ହୋଇଯାଇଥିଲା; ଡିସଚାର୍ଜ ପରେ ସମସ୍ୟା ବିଷୟରେ କହିଲେ ଜାହ୍ନବୀ

Advertisment
ଗୋଡ଼-ହାତ ଅଚଳ ହୋଇଯାଇଥିଲା; ଡିସଚାର୍ଜ ପରେ ସମସ୍ୟା ବିଷୟରେ କହିଲେ ଜାହ୍ନବୀ

ମୁମ୍ବାଇ: ଗତ ସପ୍ତାହରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର। ଦକ୍ଷିଣ ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ବାହାର ଖାଦ୍ୟ ଖାଇବାରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିବା କୁହାଯାଉଥିଲା। ୩ଦିନ ଡାକ୍ତରଖାନାରେ ରହିବା ପରେ ଏବେ ଘରକୁ ଫେରିଛନ୍ତି ଜାହ୍ନବୀ। ଘରକୁ ଫେରିବା ପରେ ତାଙ୍କ ସହ କ’ଣ ହୋଇଥିଲା, ସେ ବିଷୟରେ ଏକ ସାକ୍ଷାତକାରରେ ଜଣାଇଛନ୍ତି ଅଭିନେତ୍ରୀ।

ସେ କହିଛନ୍ତି ଯେ, "ଫିଲ୍ମ 'ମିଷ୍ଟର ଆଣ୍ଡ ମିସେସ୍ ମାହି'ର ପ୍ରମୋସନ ସମୟରେ ମୋତେ ବିରତି ମିଳିନଥିଲା। ମୁଁ ବିଭିନ୍ନ ସ୍ଥାନକୁ ଭ୍ରମଣ କରିବା ସହ ତିନୋଟି ଗୀତ ସୁଟ୍ କରିଥିଲି। ବର୍ତ୍ତମାନ ମୁଁ ମୋର ଚତୁର୍ଥ ଗୀତ ପାଇଁ ଅଭ୍ୟାସ କରୁଛି। ଗୋଟାଏ ମାସ ମଧ୍ୟରେ ମୁଁ ଏତେ କାମ କରିିଥିବା ବେଳେ ବିଶ୍ରାମ ପାଇଁ ସମୟ ମିଳିନଥିଲା। ଏଥିପାଇଁ ହଠାତ୍ ମୋ ଦେହ ଖରାପ ହୋଇଯାଇଥିଲା। ମୁଁ ନିଜେ ଚାଲି ଚାଲି ଶୌଚାଳୟ ବି ଯାଇପାରୁନଥିଲି। ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ମୋର 'ଲିଭର ଏନଜାଇମ' ଓ 'ଲିଭର ପ୍ରୋଫାଇଲ' ବହୁତ ଖରାପ ଥିବା ଜଣାପଡ଼ିଥିଲା। ମୋତେ ବିଶ୍ରାମର ଆବଶ୍ୟକ ଥିବା ଡାକ୍ତର କହିଥିଲେ, ଯାହା ୩ଦିନ ଡାକ୍ତରଖାନାରେ ଥିବା ବେଳେ ମୋତେ ମିଳିଗଲା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe