ବିଗ୍‌ବସ୍‌-୧୧: ଦୀପକ ଠାକୁରଙ୍କ ନାମରେ ପୁଲିସ୍‌ରେ ଅଭିଯୋଗ ଆଣିଲେ ଜସଲିନ୍‌ ମାଥୁର

Advertisment
ବିଗ୍‌ବସ୍‌-୧୧: ଦୀପକ ଠାକୁରଙ୍କ ନାମରେ ପୁଲିସ୍‌ରେ ଅଭିଯୋଗ ଆଣିଲେ ଜସଲିନ୍‌ ମାଥୁର

Hindustan Times

ମୁମ୍ବାଇ: ‘ବିଗ୍‌ବସ୍‌’ ହାଉସ୍‌ ଭିତରେ ସବୁବେଳେ ଜଣେ ଅନ୍ୟ ଜଣଙ୍କର ବିରୁଧାଚରଣ କରୁଥିବା ଜସଲିନ୍‌ ମାଥୁର ଓ ଦୀପକ ଠାକୁରଙ୍କ କଳି ଏବେ ହାଉସ୍‌ ବାହାରେ। ଖେଳ ସିନା ସରିଯାଇଛି, ହେଲେ ଏହି ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ଭିତରର ତୁତୁ ମେମେ ଏବେ ବି ସ୍ପଷ୍ଟ ଦେଖିବାକୁ ମିଳୁଛି। ଜାଣିରଖନ୍ତୁ ଯେ ଏକ ଭିଡିଓକୁ କେନ୍ଦ୍ର କରି ‘ବିଗ୍‌ବସ୍‌-୧୧’ର ପ୍ରତିଯୋଗୀ ଜସ୍‌ଲିନ୍‌ ମାଥୁର ତାଙ୍କ ସହ ପ୍ରତିଯୋଗୀ ଦୀପକ ଠାକୁରଙ୍କ ନାମରେ ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି।

publive-image MSN.com

ଏକ ଟିକ୍‌ଟକ୍‌ ଭିଡିଓରେ ଦୀପକ ଠାକୁରଙ୍କ ସହ ଜଣେ ବାଳକ ମିଶି ଅଭିନୟ କରୁଥିବାର ନଜର ଆସିଛନ୍ତି। ସେଥିରେ ବାଳକ ଜଣକ ଜସ୍‌ଲିନଙ୍କ ନାମ ନେଉଥିବାର ଦେଖିବାକୁ ମିଳିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ବାଳକ ଜଣଙ୍କୁ ଦୀପକ ପଚାରୁଛନ୍ତି ‘ବିଗ୍‌ବସ୍‌’ ହାଉସ୍‌ ଯିବୁ? ସେ ହଁ କରୁଛି। ସେଠାରେ ଯାଇ କ’ଣ କରିବୁ ବୋଲି ପ୍ରଶ୍ନର ଉତ୍ତର ଦେଇ ବାଳକ ଜଣକ କହୁଥିବାର ଶୁଣିବାକୁ ମିଳିଛି ଯେ ‘ଖାଇବି, ପିଇବି , ମଉଜ କରିବି, ଜସଲିନ୍‌ ସହ ସୁଇମିଂ ପୋଲ୍‌ରେ ଗାଧୋଇବି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe