ପତ୍ନୀଙ୍କ ସହ ରିସେପ୍‌ସନ୍‌ର ଫଟୋ ଦେଇ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଲେ ବୁମ୍‌ରା

Advertisment
ପତ୍ନୀଙ୍କ ସହ ରିସେପ୍‌ସନ୍‌ର ଫଟୋ ଦେଇ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଲେ ବୁମ୍‌ରା

zeenews.india.com

ନୂଆଦିଲ୍ଳୀ: ନିକଟ ଅତୀତରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଭାରତୀୟ ପେସ୍‌ମ୍ୟାନ୍‌ ଜଶପ୍ରୀତ‌ ବୁମ୍‌ରା ଟିଭି ଉପସ୍ଥାପିକା ସଞ୍ଜନା ଗଣେଶାନ୍‌ଙ୍କୁ ବିବାହ କରିଥିବା ବେଳେ ଗୋଆଠାରେ ହୋଇଥିବା ତାଙ୍କ ବିବାହ ଭୋଜି(ରିସେପ୍‌ସନ୍‌)ର ଦୁଇଟି ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି।

ସେ ତାଙ୍କ ପତ୍ନୀଙ୍କ ସହ ଦୁଇଟି ଫଟୋ ସେୟାର୍‌ କରି ଶୁଭେଚ୍ଛୁଙ୍କୁ ସେମାନଙ୍କ ଶୁଭେଚ୍ଛା ଓ ସ୍ନେହଭରା ବାର୍ତ୍ତା ପାଇଁ ଧନ୍ୟବାଦ୍‌ ଦେଇଛନ୍ତି। ସେ ଇନ୍‌ଷ୍ଟାରେ ଫଟୋ ପୋଷ୍ଟ୍‌ କରି ଲେଖିଛନ୍ତି, ‘ଗତ କିଛି ଦିନଗୁଡ଼ିକ ନିହାତି ଭାବେ ଚମତ୍କାରୀ ଥିଲା। ଆମେ ପାଇଥିବା ସେ ସମସ୍ତ ସ୍ନେହ ଓ ଶୁଭେଚ୍ଛା ପାଇଁ ଆମେ କୃତଜ୍ଞ।’

ଉଲ୍ଲେଖଯୋଗ୍ୟ, ଭାରତୀୟ କ୍ରିକେଟର ସଫଳ ଖେଳାଳି ଯଶପ୍ରୀତ ବୁମ୍‌ରା ଗତ ୧୫ ତାରିଖରେ  ହାତରୁ ଦି’ହାତ ହୋଇଛନ୍ତି। ସେ ପରିବାରବର୍ଗଙ୍କ ଉପସ୍ଥିତିରେ ଗୋଆରେ ଟେଲିଭିଜନ୍ ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ବିବାହ କରିଥିବା ବେଳେ ସେମାନଙ୍କ ବିବାହ ଉତ୍ସବରେ ମାତ୍ର ୨୦ ଜଣ ଅତିଥି ଉପସ୍ଥିତ ଥିଲେ।

ଷ୍ଟାର୍‌ ସ୍ପୋର୍ଟସ ଚାନେଲ୍‌ର ସଞ୍ଜନା ଜଣେ ଜଣାଶୁଣା ଚେହେରା। ସେ କ୍ରିକେଟ୍‌ ଓ ବ୍ୟାଡ୍‌ମିଣ୍ଟନ୍‌ ଆଦି ଖେଳର ଜଣେ ଲୋକପ୍ରିୟ ଉପସ୍ଥାପିକା। ଆଇସିସି ବିଶ୍ବକପ୍ ୨୦୧୯, ଆଇପିଏଲ୍ ଏବଂ ଟିମ୍ ଇଣ୍ଡିଆର ସିରିଜଗୁଡ଼ିକର ଉପସ୍ଥାପନ କରି ସେ କ୍ରିକେଟପ୍ରେମୀ ମହଲରେ ବେଶ୍ ଲୋକପ୍ରିୟତା ପାଇଥିଲେ। ୨୪ ବର୍ଷୀୟା ସଞ୍ଜନା ୨୦୧୮ ମସିହାର ମିସ୍‌ ଇଣ୍ଡିଆ ପ୍ରତିଯୋଗିତାର ଫାଇନାଲିଷ୍ଟ୍‌ ମଧ୍ୟ। ଜଣେ କ୍ରୀଡ଼ା ଉପସ୍ଥାପିକା ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିବା ପୂର୍ବରୁ ଏମ୍‌ଟିଭିରେ ଦେଖିବାକୁ ମିଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe