ବିବାହ ବନ୍ଧନରେ ବାନ୍ଧି ହେବେ ଫିଲ୍ମ ‘ଥ୍ରୀ ଇଡିଅଟ୍’ ଅଭିନେତ୍ରୀ ମୋନା ସିଂହ

ବିବାହ ବନ୍ଧନରେ ବାନ୍ଧି ହେବେ ଫିଲ୍ମ ‘ଥ୍ରୀ ଇଡିଅଟ୍’  ଅଭିନେତ୍ରୀ ମୋନା ସିଂହ

Binge

ମୁମ୍ବାଇ: ଜସ୍ସୀ ଜୈସୀ କୋଇ ନେହିଁ ଧାରାବାହିକରେ ନଜର ଆସି ରାତାରାତି ଲୋକପ୍ରିୟ ହୋଇଥିଲେ ଅଭିନେତ୍ରୀ ମୋନା ସିଂହ। ଧାରାବାହିକ ସହ ଫିଲ୍ମରେ ମଧ୍ୟ କାମ କରିଥିବା ମୋନା ଏବେ ବିବାହ କରିବାକୁ ଯାଉଛନ୍ତି। ରାଜକୁମାର ହିରାନୀଙ୍କ  ଫିଲ୍ମ ‘ଥ୍ରୀ ଇଡିଅଟ୍’ରେ ମଧ୍ୟ ସେ ଅଭିନୟ କରିଥିଲେ। ତୁରନ୍ତ ସେ ନିଜର ସମସ୍ତ କାମ ସାରି ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଚର୍ଚ୍ଚା ହେଉଛି। ବିବାହ ପାଇଁ ସେ ଡିସେମ୍ବର ୧୪ମଧ୍ୟରେ ନିଜର ସମସ୍ତ କାମ ଶେଷ କରିବେ।

Mona Singh amarujala.com

ମିଳିଥିବା ସୂଚନା ମୁତାବକ, ମୋନା ଜଣେ ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କୁ ବିବାହ କରିବେ। ଏବେ ମୋନା ଏକତା କପୁରଙ୍କ ସୋ’ ‘କେହନେ କୋ ହମସଫର ହୈ’ରେ କାମ କରୁଥିବା ବେଳେ ବିବାହ ପୂର୍ବରୁ ମୋନାଙ୍କର ଧାରାବାହିକରେ ଥିବା ଦୃଶ୍ୟକୁ ପ୍ରଥମେ ସୁଟ୍ କରାଯାଉଥିବା ଜଣାପଡ଼ିଛି। ଡିସେମ୍ବର ୧୪ରେ ସେ ସମସ୍ତ ସୁଟିଂ ଶେଷ କରି ବିବାହ ପାଇଁ ଛୁଟି ନେବେ। ତେବେ ଏ ନେଇ ମୋନାଙ୍କୁ ପଚରାଯିବା ପରେ, ମୁଁ କେବେ ବି ମୋର ବ୍ୟକ୍ତିଗତ ଜୀବନ ଉପରେ ଆଲୋଚନା କରିବାକୁ ପସନ୍ଦ କରେ ନାହିଁ। କିନ୍ତୁ ଯେବେ ମୁଁ ବିବାହ କରିବି, ଖୁସିରେ ସମସ୍ତଙ୍କୁ ନିଶ୍ଚୟ ଜଣାଇବି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe