ମଦ୍ୟପାନ କରି ମୋ ଜୀବନର ୭୫ ବର୍ଷରୁ ୧୦ ବର୍ଷକୁ ମୁଁ ନଷ୍ଟ କରିଦେଇଛି: ଜାଭେଦ୍‌ ଅଖ୍‌ତର

ମଦ୍ୟପାନ କରି ମୋ ଜୀବନର ୭୫ ବର୍ଷରୁ ୧୦ ବର୍ଷକୁ ମୁଁ ନଷ୍ଟ କରିଦେଇଛି: ଜାଭେଦ୍‌ ଅଖ୍‌ତର

(PTI)

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଗୀତିକାର ଜାଭେଦ୍‌ ଅଖ୍‌ତର ନିଜର ୭୫ତମ ଜୟନ୍ତୀ ପାଳନ କରିଛନ୍ତି। ନିଜର ବୟସକୁ ନେଇ ସେ କହନ୍ତି ‘ବୟସ ଏକ ସଂଖ୍ୟା ମାତ୍ର’।
ସେ ଆହୁରି ବି କହିଛନ୍ତି କି ‘ଯଦିଓ ଏହା ସତ୍ୟ ଯେ ୭୫ ବର୍ଷ ବୟସଟା ଖୁବ୍‌ ଅଧିକା। ମାତ୍ର ମୋ ମନ ତାହାକୁ ଗ୍ରହଣ କରିବାକୁ ଅରାଜି। କାହିଁକି ନା, ‌ମୁଁ ନିଜକୁ କେବେ ବୟସ୍କ ବୋଲି ଅନୁଭବ କରିନାହିଁ। ମୋ ଶରୀର ମୋତେ କହୁଛି କି ତୁମେ ଅ‌ାଉ ଯୁବ ହୋଇ ନାହିଁ। ହେଲେ ଜୀବନକୁ ନେଇ ମୋର ସଂପୃକ୍ତି, ଉତ୍ସୁକତା, ଆଗ୍ରହ, କଳ୍ପନା ଓ ଆକାଙ୍‌କ୍ଷା ସେହିପରି ରହିଛି। ମୁଁ ମୋ ଜୀବନ ସହ ଯେଉଁ ଭଳି ଭାବେ ଜଡ଼ିତ ଓ ମୁଁ କେବ‌େ ବି ନିଜକୁ ଜଣେ ଅବସରପ୍ରାପ୍ତ କିମ୍ବା କ୍ଳାନ୍ତ ମଣିଷ ବୋଲି ଭାବେ ନାହିଁ।’ ଜାଭେଦଙ୍କ ଏହି ସ୍ବତନ୍ତ୍ର ଦିନରେ ତାଙ୍କ ପତ୍ନୀ ସାବ୍‌ନା ଆଜ୍‌ମୀ ଓ ପିଲାମାନେ ମିଶି ଏକ ଜାକଜମକ ଜନ୍ମଦିନ ପାର୍ଟିର ଆୟ‌ୋଜନ କରିଥିଲେ।

publive-image India TV

ତେବେ ଜାଭେଦ ଅଖ୍‌ତରଙ୍କୁ ଯେତେବେଳେ ଜୀବନର ସବୁଠାରୁ ବଡ଼ ପଶ୍ଚାତାପ ବିଷୟରେ ଏକ ପ୍ରଶ୍ନ ପଚରା ଯାଇଥିଲା ସେ ତାଙ୍କ ଜୀବନରେ ୧୦ ବର୍ଷ ନଷ୍ଟ କରିଦେଇ ପଶ୍ଚାତାପ କରୁଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି କି ‘ଲୋକ ଭାବନ୍ତି ମୁଁ ପଶ୍ଚାତାପ କରେନି, ମାତ୍ର ମୁଁ କରେ। ‌ମୁଁ ବିଶ୍ବାସ କରେ ଯେ ମୋର ୭୫ ବର୍ଷ ଭିତରରୁ ମୁଁ ୧୦ ବର୍ଷ ମଦ ପିଇ ନଷ୍ଟ କରିଦେଇଛି। ସେହି ବର୍ଷଗୁଡ଼ିକରେ ମୁଁ କିଛି କରିପାରିନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe