ମୋତେ ଫରକ ପଡ଼େ ନାହିଁ; କଙ୍ଗନାଙ୍କ ପ୍ରଶଂସା ପ‌ରେ ଏଭଳି କହିଲେ ଜାଭେଦ ଅଖତର

ମୋତେ ଫରକ ପଡ଼େ ନାହିଁ; କଙ୍ଗନାଙ୍କ ପ୍ରଶଂସା ପ‌ରେ ଏଭଳି କହିଲେ ଜାଭେଦ ଅଖତର

ମୁମ୍ବାଇ: ପାକିସ୍ତାନୀଙ୍କୁ ଘରେ ପଶିକି ମାରିଲେ। ଏଭଳି କହି ଗୀତିକାର ଜାଭେଦ ଅଖତରଙ୍କ ପ୍ରଶଂସା କରିଥିଲେ କଙ୍ଗନା ରାଣାୱତ। ବିବାଦ ଥାଇ ବି କଙ୍ଗନା ଏଭଳି ପ୍ରଶଂସା କରିବା ପରେ ଏହା ଉପରେ ଜାଭେଦ ଅଖତରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୋତେ ଫରକ ପଡେ ନାହିଁ ବୋଲି କହିଛନ୍ତି ଜାଭେଦ ଅଖତର।

ସେ କହିଛନ୍ତି ଯେ ମୋତେ କିଛି ଫରକ ପଡ଼େ ନାହିଁ। ସେ କିଛି ଦିନ ପରେ ପୁନର୍ବାର ନିଜର ପୁରୁଣା ସ୍ଥିତିକୁ ଫେରିଯିବେ। ବ୍ୟସ୍ତ ହୁଅନ୍ତୁ ନାହିଁ। ଏହା କେବଳ କିଛି ସମୟ ପାଇଁ। ଏକ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଜାଭେଦ୍ ଅଖତର, କଙ୍ଗନା ରାଣାୱତଙ୍କ ପ୍ରଶଂସା ଉପରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି- ମୁଁ କଙ୍ଗନାଙ୍କୁ ଗୁରୁତ୍ବ ଦିଏ ନାହିଁ। ତାଙ୍କ ବିଷୟରେ ଭୁଲିଯାଅ, ଆଗକୁ ବଢ଼। ଗୀତିକାରଙ୍କ ପ୍ରତିକ୍ରିୟାରୁ ଏହା ଜଣାପଡ଼ିଥିଲା ଯେ ସେ କଙ୍ଗନାଙ୍କ ଉପରେ ଅଧିକ କିଛି କହିବାକୁ ଚାହାଁନ୍ତି ନାହିଁ।

ତେବେ ଜାଭେଦ ଅଖତର ପାକିସ୍ତାନ ଯାଇଥିବା ବେଳେ ସେଠାରେ ସେମାନଙ୍କୁ ଅପ୍ରିୟ ସତ କହିଥିଲେ। ୨୬/୧୧ ମୁମ୍ବାଇ ଆକ୍ରମଣ ବିଷୟରେ ମନେ ପକାଇ ଜାଭେଦ କହିଥିଲେ, ୨୬/୧୧ ମୁମ୍ବାଇ ଆକ୍ରମଣର ଆତଙ୍କବାଦୀମାନେ ଆପଣଙ୍କ ଦେଶରେ ମୁକ୍ତ ଭାବେ ବୁଲୁଛନ୍ତି।

ଏହି ବିବୃତି ପାଇଁ କଙ୍ଗନା ଜାଭେଦ ଅଖତରଙ୍କୁ ପ୍ରଶଂସା କରି ଟ୍ବିଟ କରିଥିଲେ ଯେ ଯେତେବେଳେ ମୁଁ ଜାଭେଦ ସାହେବଙ୍କ କବିତା ଶୁଣୁଥିଲି, ସେତେବେଳେ ମୁଁ ଭାବୁଥିଲି ଯେ ମା’ ସରସ୍ୱତୀ ତାଙ୍କ ଉପରେ ଏତେ ଆଶୀର୍ବାଦ କେମିତି କରିଛନ୍ତି। କିନ୍ତୁ ଦେଖନ୍ତୁ, ମଣିଷମାନଙ୍କ ମଧ୍ୟରେ କିଛି ତ ସତ୍ୟତା ଥାଏ। ଜୟ ହିନ୍ଦ ଜାଭେଦ ଅଖତର ସାହେବ। ପାକିସ୍ତାନୀଙ୍କୁ ଘରେ ପଶିକି ମାରିଲେ … ହାହାହା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe