ପାକିସ୍ତାନୀଙ୍କୁ ଭାରତୀୟମାନେ ଆତଙ୍କବାଦୀ କାହିଁକି ଭାବନ୍ତି? ଏଭଳି ଉତ୍ତର ଦେଲେ ଜାଭେଦ ଅଖତର

Advertisment
tbqgqgxqui

ମୁମ୍ବାଇ: ବରିଷ୍ଠ ଗୀତିକାର ଜାଭେଦ ଅଖତାର ନିକଟରେ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କୁ ଉଚିତ୍ ଜବାବ ଦେବାର ସ୍ମୃତିଚାରଣ କରିଥିଲେ। ଗୀତିକାର କହିଥିଲେ ଯେ, ସେ ଏକ ସାହିତ୍ୟ ମହୋତ୍ସବରେ ଯୋଗ ଦେବାକୁ ଲାହୋର ଯାଇଥିଲେ। ଏହି ସମୟରେ ଜଣେ ମହିଳା ସାମ୍ବାଦିକ ପାକିସ୍ତାନ ଏବଂ ଆତଙ୍କବାଦ ଉପରେ ଭାରତର ଦୃଷ୍ଟିକୋଣ ଉପରେ ପ୍ରଶ୍ନ ଉଠାଇଥିଲେ। ଏହା ପ‌ରେ ଜାଭେଦ ସାମ୍ବାଦିକଙ୍କୁ ସମାଲୋଚନା କରିଥିଲେ ଏବଂ ଜବାବ ଦେଇ କହିଥିଲେ ଯେ, ଭାରତ ଉପରେ ଆକ୍ରମଣ କରୁଥିବା ଆତଙ୍କବାଦୀମାନଙ୍କୁ ପାକିସ୍ତାନରେ ଆଶ୍ରୟ ମିଳେ।

ସେ କହିଛନ୍ତି, "ମୁଁ ଏକ ସାହିତ୍ୟ ମହୋତ୍ସବ ପାଇଁ ଲାହୋର ଯାଇଥିଲି। ସେମାନେ ମୋତେ ଭଲ ପ୍ରଶ୍ନ ପଚାରୁଥିଲେ ଏବଂ ମୁଁ ଉତ୍ତର ଦେଉଥିଲି। ଜଣେ ମହିଳା ଉଠି ମୋତେ ପଚାରିଲେ ଯେ, ଭାରତୀୟମାନେ ପାକିସ୍ତାନୀମାନଙ୍କୁ ଆତଙ୍କବାଦୀ ବୋଲି କାହିଁକି ଭାବନ୍ତି? ମୁଁ ତାଙ୍କୁ ଉତ୍ତର ଦେଲି ଯେ, ମୁଁ ମୁମ୍ବାଇର ବାସିନ୍ଦା ଏବଂ ମୁଁ ମୋ ସହର ଜଳୁଥିବାର ଦେଖିଛି। ଯେଉଁମାନେ ଏହାକୁ ଜାଳିବାକୁ ଆସିଥିଲେ ସେମାନେ ସ୍ୱିଡେନ କିମ୍ବାଅନ୍ୟ ଦେଶରୁ ଆସି ନଥିଲେ; ସେହି ଲୋକମାନେ ଆଜି ମଧ୍ୟ ତୁମ ସହରରେ ମୁକ୍ତ ଭାବରେ ବୁଲୁଛନ୍ତି।"

ସେ ଆହୁରି କହିଛନ୍ତି, ଏଭଳି କହି ମୁଁ ପାକିସ୍ତାନରୁ ଆସିବା ପରେ ସେଠାରେ ମୁଁ କହିଥିବା କଥାକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା। ପହଲଗାମ୍ ଆକ୍ରମଣ ଉପରେ ପ୍ରତିକ୍ରିୟା ଦେଇ ଜାଭେଦ କହିଛନ୍ତି, "ପର୍ଯ୍ୟଟକଙ୍କ ସେଠାରେ ନିର୍ଦୟ ଭାବରେ ଗୁଳି କରାଯାଇଥିଲା। ଆମେ ଏହାକୁ ଭୁଲିଯିବା ଉଚିତ୍ ନୁହେଁ। ଏହା ସାଧାରଣ କଥା ନୁହେଁ। ଶତ୍ରୁ ଏବଂ ଯେଉଁମାନେ ଆମର କ୍ଷତି ଚାହାଁନ୍ତି, ସେମାନଙ୍କର ନଜର ମୁମ୍ବାଇ ଉପରେ ଅଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe