ରଙ୍ଗୋଲିଙ୍କ ଚାଞ୍ଚଲ୍ୟକର ଖୁଲାସା: କଙ୍ଗନାଙ୍କୁ ଘରକୁ ଡ଼ାକି ଏହି କାମ କରିବା ପାଇଁ ଧମକାଇଥିଲେ ଜାଭେଦ ଅଖତାର

Advertisment
ରଙ୍ଗୋଲିଙ୍କ ଚାଞ୍ଚଲ୍ୟକର ଖୁଲାସା: କଙ୍ଗନାଙ୍କୁ ଘରକୁ ଡ଼ାକି ଏହି କାମ କରିବା ପାଇଁ ଧମକାଇଥିଲେ ଜାଭେଦ ଅଖତାର

oneindia.com

ମୁମ୍ବାଇ: ପୁଣି ଥରେ ବିବାଦୀୟ ଟୁଇଟ୍ କରି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ। ପୂର୍ବରୁ ସେ ଅନେକ ବଲିଉଡ୍ ଅଭିନେତ୍ରୀଙ୍କୁ ଟାର୍ଗେଟ କରି ସାରିଥିବା ବେଳେ ଏବେ ସେ ବଲିଉଡର ଦିଗ୍ଗଜ କଣ୍ଠଶିଳ୍ପୀ ଜାଭେଦ ଅଖତାରଙ୍କୁ ଟାର୍ଗେଟ କରିଛନ୍ତି। ଟୁଇଟ୍ କରି ଅତୀତର କଥାକୁ ପଦାକୁ ଆଣିବା ସହ ଘରକୁ ଡ଼ାକି ଜାଭେଦ ଅଖତାର କଙ୍ଗନାଙ୍କୁ ଧମକ ଦେଇଥିବା କଥା ଲେଖିଛନ୍ତି ରଙ୍ଗୋଲି।

ଟୁଇଟରେ ଲେଖାଯାଇଛି କି, ଜାଭେଦ ସାର୍ କଙ୍ଗନାକୁ ଘରକୁ ଡ଼ାକିବା ସହ ରିତିକଙ୍କୁ କ୍ଷମା ମାଗି ନିଅ ବୋଲି ଧମକ ଦେଇଥିଲେ। ଏମିତି କି ଫିଲ୍ମ ନିର୍ମାତା ମହେଶ ଭଟ୍ଟ କଙ୍ଗନାଙ୍କୁ ଚପଲ ଫିଙ୍ଗିଥିଲେ। କାରଣ କଙ୍ଗନା ଏକ ଚରିତ୍ର କରିବାକୁ ମନା କରି ଦେଇଥିଲେ। ଏମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫାସୀବାଦୀ ବୋଲି କହୁଛନ୍ତି, ତେବେ ଏମାନେ କ’ଣ? ବୋଲି ପ୍ରଶ୍ନ କରିଛନ୍ତି ରଙ୍ଗୋଲି।

ତେବ‌େ ରଙ୍ଗୋଲିଙ୍କ ଏଭଳି ଟୁଇଟ୍ ପରେ ଜାଭେଦ ଅଖତାର କିମ୍ବା ମହେଶ ଭଟ୍ଟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ଆସିନାହିଁ। ଏହା ପ୍ରଥମ ନୁହେଁ ଏହା ପୂର୍ବରୁ, ଅ‌ାଲିଆ ଭଟ୍ଟ, ରଣବୀର କପୁର, ଆମୀର ଖାନ୍ ପ୍ରମୁଖ କଳାକାରଙ୍କୁ ଟାର୍ଗେଟ କରିବା ସହ ସେମାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ସାରିଛନ୍ତି ରଙ୍ଗୋଲି ଚନ୍ଦେଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe