୩ ଦିନ ଭିତରେ କ୍ଷମା ନ ମାଗିଲେ ଜିଭ ଟାଣି ଆଣିବୁ, ଆଖି ତାଢ଼ି ଆଣିବୁ: ଜାଭେଦ୍‌ ଅଖତରଙ୍କୁ କର୍ଣ୍ଣିସେନାର ଧମକ

Advertisment
କେଉଁ ଫିଲ୍ମ ରିଲିଜ ହେବ, କେଉଁଟି ହେବନି ତାହା କ’ଣ ବର୍ଜନକାରୀ ନିଷ୍ପତ୍ତି ନେବେ ? ଜାଭେଦ ଅଖତର

India today

ମୁମ୍ବାଇ: ରାଜସ୍ଥାନର ‘ଓଢ଼ଣା’ ଟାଣିବା ପ୍ରସଙ୍ଗକୁ  ନେଇ ପ୍ରଖ୍ୟାତ ଗୀତିକାର ଜାଭେଦ ଅଖତର ନିକଟରେ ଦେଇଥିବା ବୟାନକୁ ନାପସନ୍ଦ କରିଛି କର୍ଣ୍ଣି ସେନା। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କର୍ଣ୍ଣି ସେନାର ମହାରାଷ୍ଟ୍ର ଶାଖାର ସଭାପତି ଜୀବନ ସିଂହ ସୋଲାଙ୍କି ଅଖତରଙ୍କୁ ଖୋଲାଖୋଲି ଭାବେ ଧମକ ଦେଇଛନ୍ତି। ସେ ଧମକ ଦେଇ  ଅଖତରଙ୍କୁ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବା ଲାଗି କହିଛନ୍ତି। ସେ ଜାଭେଦ୍‌ଙ୍କୁ କ୍ଷମା ମାଗିବା ପାଇଁ ୩ ଦିନ ସମୟ ମଧ୍ୟ ଦେଇଛନ୍ତି।

ସୋଲାଙ୍କି ଏକ ଭିଡିଓ ଜରିଆରେ ଜାଭେଦ୍‌ଙ୍କୁ ଧମକ ଦେଇ କହିଛନ୍ତି ଯେ ‘ଯଦି ତୁମେ ୩ ଦିନ ଭିତରେ ନଜେ ଦେଇଥିବା ବୟାନ୍‌ ପାଇଁ କ୍ଷମା ନ ମାଗ ଦେବେ ଆମେ ତୁମ ଆଖି ତାଡ଼ି ଦେବୁ, ଜିଭ ଟାଣି ଆଣିବୁ ଆଉ ଘରେ ପଶି ପିଟି ପିଟି ଆସିବୁ।’

ଉଲ୍ଲେଖଯୋଗ୍ୟ, ନିକଟରେ ଜାଭେଦ ଭୋପାଳରେ ଏକ ଉତ୍ସବରେ ଯୋଗ ଦେଇ କହିଥିଲେ କି ‘ଯଦି ଆପଣମାନେ ବୁର୍ଖାକୁ ବନ୍ଦ କରିବା ପାଇଁ ନୂଆ ନିୟମ ଚାହାନ୍ତି ତେବେ ଓଢ଼ଣା ବି ବନ୍ଦ ହେବା ଦରକାର।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe