ଶାହରୁଖଙ୍କ ପ୍ରଶଂସା କଲେ ସବୁବେଳେ ବଲିଉଡକୁ ଟ୍ରୋଲ କରୁଥିବା କେଆରକେ କହିଲେ- 'ଯବାନ' ବ୍ଲକବଷ୍ଟର

ଶାହରୁଖଙ୍କ ପ୍ରଶଂସା କଲେ ସବୁବେଳେ ବଲିଉଡକୁ ଟ୍ରୋଲ କରୁଥିବା କେଆରକେ କହିଲେ- 'ଯବାନ' ବ୍ଲକବଷ୍ଟର

ମୁମ୍ବାଇ: ବଲିଉଡର କିଙ୍ଗ ଖାନ କୁହାଯାଉଥିବା ଶାହରୁଖ ଖାନଙ୍କ ଯାଦୁ ପୁଣି ଥରେ ଥିଏଟରରେ ଦେଖିବାକୁ ମିଳିଛି। 'ପଠାନ୍' ପରେ ଅଭିନେତାଙ୍କ ଚଳଚ୍ଚିତ୍ର 'ଯବାନ' ପ୍ରେକ୍ଷାଳୟରେ ଝଡ଼ ସୃଷ୍ଟି କରିଛି। ଆଜି ରିଲିଜ୍ ହୋଇଥିବା ଫିଲ୍ମ 'ଯବାନ'କୁ ଦର୍ଶକ ପସନ୍ଦ କରୁଥିବା ଦେଖାଯାଇଛି। ଏହା ସହ ଫିଲ୍ମ ସମୀକ୍ଷକମାନେ ଭଲ ରିଭ୍ୟୁ ମଧ୍ୟ ଦେଇଛନ୍ତି।

ପ୍ରେକ୍ଷାଳୟ ଭିତରର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପ୍ରଶଂସକମାନେ ଫିଲ୍ମର ସଂଳାପରେ ଚିତ୍କାର କରି ସଙ୍ଗୀତରେ ନାଚୁଥିବାର ନଜର ଆସିଛନ୍ତି। ସବୁଠୁ ବଡ଼ କଥା ହେଲା ସବୁବେଳେ ବଲିଉଡ କଳାକାରଙ୍କୁ ସେମାନଙ୍କ ଫିଲ୍ମ ଓ ଖରାପ ଅଭିନୟ ପାଇଁ ଟ୍ରୋଲ କରୁଥିବା କମାଲ ଆର୍ ଖାନ୍(କେଆରକେ) ଶାହରୁଖଙ୍କ 'ଯବାନ'କୁ ପ୍ରଶଂସା କରିଛନ୍ତି। ଅଭିନୟ, କାହାଣୀ, ଆକ୍ସନ ସବୁ‌ଥିରେ ଶାହରୁଖଙ୍କ ଫିଲ୍ମ ୧ନଂ ବୋଲି କହିଛନ୍ତି କେଆରକେ।

କେଆରକେ ପ୍ରାୟତଃ ବଲିଉଡ ତାରକାଙ୍କୁ ପରିହାସ କରୁଥିବା ଏବଂ ସେମାନଙ୍କ ଚଳଚ୍ଚିତ୍ରକୁ ଟ୍ରୋଲ କରୁଥିବା ଦେଖାଯାଏ, କିନ୍ତୁ ଅଭିନେତା 'ଯବାନ'କୁ ପ୍ରଶଂସା କରି ଏହାକୁ ଏକ ଭଲ ଚଳଚ୍ଚିତ୍ର ବୋଲି କହିଛନ୍ତି। କମଲ ତାଙ୍କ ଏକ୍ସ(ଟ୍ବିଟର) ହ୍ୟାଣ୍ଡେଲରେ ଦୁଇଟି ପୋଷ୍ଟ କରିଛନ୍ତି, ପ୍ରଥମ ପୋଷ୍ଟରେ ସେ 'ଯବାନ' ଦେଖୁଥିବାର ସୂଚନା ଦେଇଛନ୍ତି ଏବଂ ଦ୍ୱିତୀୟ ପୋଷ୍ଟରେ ସେ ଫିଲ୍ମର ମଧ୍ୟାନ୍ତର ସମୟ ପର୍ଯ୍ୟନ୍ତ ଫିଲ୍ମଟି କିପରି ଅଛି ସେ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ ଲେଖିଛନ୍ତି ଯେ, ମଧ୍ୟାନ୍ତର ହୋଇସାରିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ 'ଯବାନ' ଏକ ଭଲ ଚଳଚ୍ଚିତ୍ର ବୋଲି ପ୍ରମାଣ ହୋଇଛି। ଭଲ କାମ, ଭଲ ଅଭିନୟ, ଭଲ କାହାଣୀ ଏବଂ ଭଲ  ପୃଷ୍ଠଭୂମି ସଂଗୀତ ରହିଛି ଫିଲ୍ମରେ। ଏହା ସମ୍ପୂର୍ଣ୍ଣ ମନୋରଞ୍ଜନଧର୍ମୀ ଫିଲ୍ମ। ଆଶା କରୁଛି ଯେ ଅଟଲି ମଧ୍ୟାନ୍ତର ପରେ ମଧ୍ୟ ଏହି ଯାଦୁକୁ ବଜାୟ ରଖିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe