'ଜିନ୍ଦା ବନ୍ଦା'ରେ ମୋତେ ପଛରେ ଠିଆ କରାଯାଇଥିଲା, ମୋ ସହ ଠିଆ କର ବୋଲି ନିର୍ଦ୍ଦେଶକଙ୍କୁ କହିଥିଲେ ଶାହରୁଖ: ପ୍ରିୟାମଣି

Advertisment
'ଜିନ୍ଦା ବନ୍ଦା'ରେ ମୋତେ ପଛରେ ଠିଆ କରାଯାଇଥିଲା, ମୋ ସହ ଠିଆ କର ବୋଲି ନିର୍ଦ୍ଦେଶକଙ୍କୁ କହିଥିଲେ ଶାହରୁଖ: ପ୍ରିୟାମଣି

ମୁମ୍ବାଇ: ଗୁରୁବାର ରିଲିଜ୍ ହୋଇଥିଲା ଫିଲ୍ମ ‘ଯବାନ’। ରିଲିଜ୍ ହେଉ ହେଉ ଫିଲ୍ମର ଯାଦୁ ଦର୍ଶକଙ୍କ ଉପରେ ପଡ଼ିିଥିବା ଦେଖିବାକୁ ମିଳିଛି। ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ପ୍ରଥମ ଦିନରେ ବିଶ୍ୱରେ ୧୨୦ କୋଟିରୁ ଅଧିକ ବେପାର କରିବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ । ଯଦି ଏହିଭଳି ଦର୍ଶକଙ୍କ ଭଲପାଇବା ମିଳିଲା ତେବେ ଫିଲ୍ମଟି ଖୁବଶୀଘ୍ର ୧୦୦୦କୋଟି କ୍ଲବରେ ସାମିଲ ହେବ ବୋଲି କୁହାଯାଉଥିଲା। ଏବେ ଫିଲ୍ମର ଆୟ ଦେଖି ବିଶେଷଜ୍ଞଙ୍କ ଆକଳନ ସତ ବୋଲି ପ୍ରମାଣ ହୋଇଛି। ଫିଲ୍ମର ଆୟ ବିଶ୍ବବକ୍ସ ଅଫିସର ଆୟକୁ ମିଶାଇ ୫୦୦କୋଟି ପାର କରିଛି।

ଏମଧ୍ୟରେ ‘ଯବାନ’ରେ ନଜର ଆସିଥିବା ଜଣାଶୁଣା ଅଭିନେତ୍ରୀ ପ୍ରିୟାମଣି, ଶାହରୁଖ ଖାନଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଫିଲ୍ମ‌ରେ ଥିବା 'ଜିନ୍ଦା ବନ୍ଦା' ଗୀତରେ ଅଭିନେତ୍ରୀଙ୍କୁ ଶାହରୁଖଙ୍କ ପଛରେ ଠିଆ କରାଯାଇଥିଲା। ଏହା ପରେ ଶାହରୁଖ କିଭଳି ତାଙ୍କୁ ନିଜ ସହ ଠିଆ କରାଇଥିଲେ ତାହା ଜଣାଇଛନ୍ତି ପ୍ରିୟାମଣି। ଅଭିନେତ୍ରୀଙ୍କ କହିବା ମୁତାବକ, ଗୀତର ସୁଟିଂ ସମୟରେ ମୋତେ ତାଙ୍କ ପଛରେ ଠିଆ ହୋଇଥିବା ଦେଖି ଶାହରୁଖ ପଚାରିଥି‌ଲେ, ‘ତୁମେ ମୋ ପଛରେ କ’ଣ କରୁଛ?’ ମୁଁ କହିଲି, ମୁଁ ଜାଣେ ନାହିଁ ସାର୍। ସେମାନେ ମୋତେ ତୁମ ପଛରେ ଠିଆ ହେବାକୁ କହିଛନ୍ତି। ଏହା ଶୁଣି ‌ସେ ମୋ ହାତ ଧରି ମୋତେ ତାଙ୍କ ପାଖରେ ଠିଆ କରାଇଲେ। ପରେ ସେ ଶୋବି ମାଷ୍ଟର ଏବଂ ଅଟଲି ସାରଙ୍କୁ କହିଥିଲେ, ‘ମୁଁ ଚାହୁଁଛି ପ୍ରିୟାମଣି ମୋ ପାଖରେ ଛିଡା ହୁଅନ୍ତୁ। କୋରିଓଗ୍ରାଫି କ’ଣ କେମିତି ହେବ ତାହା ମୁଁ ଜାଣି ନାହିଁ। ସେ ଚେନ୍ନାଇ ଏକ୍ସପ୍ରେସରୁ ମୋର ନୃତ୍ୟ ଶିକ୍ଷୟତ୍ରୀ ଅଟନ୍ତି। ମୁଁ ଭୁଲିଗ‌ଲେ ବି ପ୍ରିୟାମଣିଙ୍କୁ ଦେଖି ନାଚିପାରିବି। ତାଙ୍କୁ ମୋ ପାଖରେ ହିଁ ଛିଡା କରାଅ।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe