ମୁମ୍ବାଇ: ଛାଡ଼ପତ୍ର ପାଇଁ ଆବେଦନ କଲେ ଲୋକପ୍ରିୟ ଟେଲି ଅଭିନେତା ଜୟ ଭାନୁଶାଲୀ ଓ ମାହି ବିଜ୍। ଗତ କିଛି ମାସ ହେବ ଦୁହିଁଙ୍କ ମଧ୍ୟରେ ବିବାଦ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଛାଡ଼ପତ୍ର ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଉଭୟ ଚଳିତ ବର୍ଷ ଜୁଲାଇ-ଅଗଷ୍ଟ ମାସରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଏବେ ଦୁହେଁ ଛାଡ଼ପତ୍ର ପାଇଁ ଦସ୍ତଖତ ଦେବା ସହ ଦୁହିଁଙ୍କ ଛାଡ଼ପତ୍ର ଚୂଡ଼ାନ୍ତ ହୋଇସାରିଥିବା କୁହାଯାଉଛି।
ଜାତୀୟ ଗଣମାଧ୍ୟମ ନିଉଜ୍ ୧୮ରେ ଏହି ସୂଚନା ଦିଆଯାଇଥିବା ବେଳେ ଜୟ କିମ୍ବା ମାହି ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। କୁହାଯାଉଛି ଯେ, ସେମାନଙ୍କ ପିଲାମାନଙ୍କର custody କାହା ପାଖରେ ରହିବ ତାହା ମଧ୍ୟ ସ୍ଥିର ହୋଇସାରିଛି। ତେବେ ଜୟ ଏବଂ ମାହିଙ୍କ ଛାଡପତ୍ର ଗୁଜବ ଚଳିତ ବର୍ଷ ଜୁଲାଇ ମାସରେ ଆରମ୍ଭ ହୋଇଥିଲା। ହେଲେ ସେତେବେଳେ ମାହି କହିଥିଲେ ଯେ, ସେ ସ୍ପଷ୍ଟ କରିବାକୁ ଜରୁରୀ ବୋଲି ଭାବୁନାହାନ୍ତି।
କିଛି ମାସ ହେଲାଣି ଅଲଗା ରହୁଛନ୍ତି ଜୟ-ମାହି
ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ଜୟ ଭାନୁଶାଲୀ ଏବଂ ମାହି ବିଜ୍ କିଛି ମାସ ପୂର୍ବରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ ଏବଂ ସେମାନେ ବହୁତ ଦିନ ହେଲାଣି ଅଲଗା ରହୁଛନ୍ତି। ଅନେକ ଚେଷ୍ଟା ପରେ ବି ସମ୍ପର୍କରେ ସୁଧାର ନଆସିବାରୁ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଦୁହେଁ ଜୁଲାଇ-ଅଗଷ୍ଟ ମାସରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଏବେ ସବୁ କାଗଜପତ୍ର କାମ ଶେଷ ହେବା ସହ ତାଙ୍କ ପିଲାଙ୍କ custody କାହା ହାତରେ ରହିବ, ସେ ନିଷ୍ପତ୍ତି ମଧ୍ୟ ନିଆଯାଇସାରିଛି।
ଆହୁରି ପଢ଼ନ୍ତୁ: Indian-Origin Woman Raped In UK: ନିଜ ଦେଶକୁ ଫେରିଯାଅ କହି ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଦୁଷ୍କର୍ମ କଲେ ଯୁବକ
ଆହୁରି ପଢ଼ନ୍ତୁ: Cyclone Montha Rain Gajapati: ବାତ୍ୟା ମୋନ୍ଥାର ପ୍ରଭାବ: ଗଜପତି ଜିଲ୍ଲାରେ ବର୍ଷା ଜାରି
Follow Us