ଶାଶୁ ଜୟା ଲୁଚାଇ ରଖିଥିଲେ , ହେଲେ ବୋହୂ ଐଶ୍ୱର୍ଯ୍ୟା ତାହା କରି ପାରି ନଥିଲେ !

Advertisment
ଶାଶୁ ଜୟା ଲୁଚାଇ ରଖିଥିଲେ , ହେଲେ ବୋହୂ ଐଶ୍ୱର୍ଯ୍ୟା ତାହା କରି ପାରି ନଥିଲେ !

ମୁମ୍ବାଇ: ବଲିଉଡର ଟପ୍‌ ହିରୋଇନ୍‌ ହେଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଆଉ ତାଙ୍କ ଶାଶୁ ଜୟା ବଚ୍ଚନ ବି ସତୁରି ଦଶକର ଜଣେ ନାମୀ ନାୟିକା ଥିଲେ। ଏଦୁହିଁଙ୍କ ଭିତର ଯେଉଁ କଥାକୁ ଶାଶୁ ଲୁଚାଇ ରଖିଥିଲେ ସେହି କଥାକୁ କିନ୍ତୁ ବୋହୂ ଐଶ୍ୱର୍ଯ୍ୟା ଗୋପନୀୟ ରଖି ପାରିଲେନି। ଫଳତଃ ସିନେମାରେ କାମ କରିବା ଜାରି ରଖିଥିଲେ ଜୟା ହେଲେ ନିର୍ଦ୍ଦେଶକ ଐଶ୍ୱର୍ଯ୍ୟାଙ୍କୁ ଆଉଟ୍‌ କରି ଦେଇଥିଲେ ଫିଲ୍ମରୁ। ଏବେ ଆସନ୍ତୁ ଜାଣିବା ସେହି ପ୍ରସଙ୍ଗଟି କ’ଣ ! ତାହା ହେଲା ଗର୍ଭଧାରଣ।

publive-image
୧୯୭୫ରେ ମୁକ୍ତିଲାଭ କରିଥିଲା ସୁପର ହିଟ୍‌ ଫିଲ୍ମ ‘ଶୋଲେ’ । ଏଥିରେ ଧର୍ମେନ୍ଦ୍ର,ହେମାମାଳିନୀ, ଅମିତାଭ ବଚ୍ଚନ,ସଂଜୀବ କୁମାର ଏବଂ ନିଜେ ଜୟା ଅଭିନୟ କରିଥିଲେ। ଏହାର ସୁଟିଂ ସମୟରେ ଜୟା ଥିଲେ ତିନି ମାସର ଗର୍ଭବତୀ, ଏଥିପାଇଁ ସେ ନିଜର ବେବି ବଂପ୍‌ ଲୁଚାଇବା ଲାଗି ସିନେମାରେ ଶରୀରକୁ ଲୁଚାଇ ରଖିଥିଲେ । କେହି ଜାଣି ପାରି ନଥିଲେ ଯେ ସେ ଗର୍ଭବତୀ। ଏପରିକି ‘ଶୋଲେ’ର ପ୍ରମିଅର୍‌ ବେଳେ ବି ଅଭିଷେକ ବଚ୍ଚନ ଜୟାଙ୍କ ଗର୍ଭରେ ଥିଲେ ।

ଅପରପକ୍ଷରେ ୨୦୧୨ରେ ରିଲିଜ୍‌ ହୋଇଥିବା ପ୍ରଖ୍ୟାତ ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ସିନେମା ‘ ହିରୋଇନ୍‌’ ରେ ପ୍ରଥମେ ଲିଡ ରୋଲରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନିଆ ଯାଇଥିଲା , ହେଲେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବା ସମୟରେ ସେ ଗର୍ଭବତୀ ହୋଇ ଯାଇଥିଲେ । ଏଣୁ ନିର୍ଦ୍ଦେଶକ ଐଶ୍ୱର୍ଯ୍ୟାଙ୍କୁ ଆଉଟ୍‌ କରି କରିନା କପୁରଙ୍କୁ ନେଇ ‘ହିରୋଇନ୍‌’ ର ନିର୍ମାଣ କରିଥିଲେ। ଐଶ୍ୱର୍ଯ୍ୟା ଗର୍ଭାବସ୍ଥାରେ ସୁଟିଂ କରିବା ସମ୍ଭବପର ନୁହେଁ ବୋଲି ମନେ କରିଥିଲେ। ଏକଥା କିନ୍ତୁ ପ୍ରଘଟ ହୋଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe