ଜୟା ବଚ୍ଚନଙ୍କ ଫୋନ ଉଠାନ୍ତି ନାହିଁ ବିଗ୍ ବି

Advertisment
ଜୟା ବଚ୍ଚନଙ୍କ ଫୋନ ଉଠାନ୍ତି ନାହିଁ ବିଗ୍ ବି

ମୁମ୍ବାଇ: ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଦମ୍ପତ୍ତି ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଛାଡ଼ପତ୍ର ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି କେହିକେହି ଇଙ୍ଗିତ କରୁଛନ୍ତି। କିନ୍ତୁ ଦୁହେଁ ମୁହଁ ଖୋଲୁନାହାନ୍ତି। ଐଶ୍ବର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କୁ ଧରି ବିଭିନ୍ନ ଉତ୍ସବକୁ ଯାଉଥିବା ବେଳେ ଅଭିଷେକ ବଚ୍ଚନ ପରିବାର ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ନିକଟରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ଦୁହେଁ ଅଲଗା ଅଲଗା ଆସିଥିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏଭଳି ସମୟରେ ଏବେ ଅଭିନେତ୍ରୀ ଜୟା ବଚ୍ଚନ, ବିଗ୍ ବି ଅମିତାଭ ବଚ୍ଚନଙ୍କୁ ନେଇ କରିଥିବା ଖୁୁଲାସାର ଭିଡିଓ ଭାଇରାଲ ହେଉଛି।

ଭିଡିଓଟି ପୁରୁଣା ହୋଇଥି‌ଲେ ବି ଏବେ ତାହା ଭାଇରାଲ ହେଉଛି। କୌନ ବନେଗା କରୋଡପତି ସୋ’ରେ ଉପସ୍ଥାପକ ଭାବେ ଦାୟିତ୍ବ ତୁଲାନ୍ତି ବିଗ୍ ବି। ସୋ’ର ଏକ ଅଧ୍ୟାୟରେ ଭିଡିଓ କଲ୍ ଯୋଗେ ସାମିଲ ହୋଇଥିଲେ ଜୟା ବଚ୍ଚନ। ଏହି ସମୟରେ ସେ ନିଜ ସ୍ବାମୀ ଅମିତାଭ ବଚ୍ଚନଙ୍କ ବିଷୟରେ କିଛି ଅଜଣା କଥା କହିଥିଲେ।

ସେ କହିଥିଲେ ଯେ, “ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ତାଙ୍କ ପାଖରେ ୫-୭ଟି ଫୋନ୍ ଅଛି। ଆପଣ ତାଙ୍କୁ କଲ୍ କଲେ ସେ କଦାପି ଫୋନ ଉଠାନ୍ତି ନାହିଁ ବୋଲି ଜୟା କହିଥିଲେ। ଏହା ଶୁଣି ତାଙ୍କ ଝିଅ ଶ୍ୱେତା ମଧ୍ୟ ମା’ଙ୍କ ସହ ସହମତ ହୋଇଥିଲେ। ଅଭିନେତ୍ରୀ-ରାଜନେତ୍ରୀ ଜୟା ଆହୁରି ମଧ୍ୟ କହିଥିଲେ ଯେ, “ଯଦି କିଛି ଗମ୍ଭୀର ଘଟଣା ଘଟେ, ତେବେ ସେ ଆମକୁ ଗାଳି ଦିଅନ୍ତି। କହନ୍ତି ‘ତୁମେ ମୋତେ କାହିଁକି ଫୋନ କଲ ନାହିଁ? ଘରେ ଏତେ ବଡ଼ ସମସ୍ୟା ହୋଇଗଲା। ତୁମେ ମୋତେ କିଛି କହୁନାହିଁ।' ହେଲେ ସେ ଭାବିବା କଥା ତାଙ୍କ ସହିତ ଯୋଗାଯୋଗ କଲେ ହିଁ ଆମେ କିଛି କହିପାରିବୁ। ”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe