ଗଣମାଧ୍ୟମ କ୍ୟାମେରା ଦେଖି କାହିଁକି ରାଗନ୍ତି ଜୟା? ଜଣାଇଲେ ଫ‌ଟୋଗ୍ରାଫର

ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ବଲିଉଡର ଷ୍ଟାର ଅଭିନେତ୍ରୀ ଜୟା ବଚ୍ଚନଙ୍କ ଖଟାମିଠା ସମ୍ପର୍କ ସବୁବେଳେ ଦେଖିବାକୁ ମିଳିଥାଏ | ସେ କ୍ୟାମେରା ଦେଖି କାହିଁକି ରାଗନ୍ତି ଏବେ ତାହା ଜଣାଇଛନ୍ତି ସେଲିବ୍ରିଟି ଫଟୋଗ୍ରାଫର।

sdwqdewq

ନୂଆଦିଲ୍ଲୀ: ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ବଲିଉଡର ଷ୍ଟାର ଅଭିନେତ୍ରୀ ଜୟା ବଚ୍ଚନଙ୍କ ଖଟାମିଠା ସମ୍ପର୍କ ସବୁବେଳେ ଦେଖିବାକୁ ମିଳିଥାଏ | କ୍ୟାମେରା ଦେଖିବା ପରେ ଜୟା ହଠାତ କେବେ ରାଗିଯିବେ ତାହା କେହି ଜାଣନ୍ତି ନାହିଁ | କ୍ୟାମେରା ଦେଖିବା ମାତ୍ରେ ସେ ଦେଉଥିବା ପ୍ରତିକ୍ରିୟା ସବୁବେଳେ ଚର୍ଚ୍ଚାରେ ରହିଥାଏ | ଜୟା କ୍ୟାମେରା ଦେଖିବା ମାତ୍ରେ କାହିଁକି ଚିଡିଯାଆନ୍ତି, ଏହି ପ୍ରଶ୍ନର ଉତ୍ତର ଅନେକ ଲୋକ ଜାଣିବାକୁ ଚାହାଁନ୍ତି | ତାଙ୍କ ଝିଅ ଶ୍ୱେତା ଥରେ କହିଥିଲେ ଯେ ସେ କ୍ଲଷ୍ଟ୍ରୋଫୋବିଆରେ ପୀଡିତ, ଯାହା ଦ୍ବାରା ସେ ଅଣନିସ୍ବାଶୀ ଅନୁଭବ କରନ୍ତି। କିନ୍ତୁ, ବର୍ତ୍ତମାନ ସେଲିବ୍ରିଟି ଫଟୋଗ୍ରାଫର ମାନବ ମଙ୍ଗଲାନୀ, ଜୟା ବଚ୍ଚନ ରାଗିବା ପଛର କାରଣ ଜଣାଇଛନ୍ତି।

ସେ କହିଛନ୍ତି ଯେ, ‘ସେ ଏତେ ଗଣମାଧ୍ୟମ ସହ ଅଭ୍ୟସ୍ତ ନୁଅନ୍ତି। ତାଙ୍କ ସମୟରେ  ଏତେ କ୍ୟାମେରା କୌଣସି ସେଲିବ୍ରିଟିଙ୍କ ପଛରେ ‌ଗୋଡାଉନଥିଲା। ସେତେବେଳେ ବହୁତ କମ୍ ଗଣମାଧ୍ୟମ ପ୍ରତିନିଧି ଥିଲେ, ଯେଉଁମାନେ ଏଭଳି କିଛି କରୁନଥିଲେ | ବର୍ତ୍ତମାନ, ଗଣମାଧ୍ୟମ ବହୁ ପରିମାଣରେ ବୃଦ୍ଧି ପାଇଛି । ଯେତେବେଳେ ସେ ଏକ ସାମ୍ବାଦିକ ସମ୍ମିଳନୀ କିମ୍ବା ଚଳଚ୍ଚିତ୍ର ପ୍ରିମିୟରରେ ଥାଆନ୍ତି, ସେତେବେଳେ ସେ ଶାନ୍ତ ହୋଇ ନିଜର କଥା ରଖନ୍ତି। କିନ୍ତୁ ନିଜ ପରିବାର ସହ ବାହାରକୁ ଯାଇଥିବା ବେଳେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଘେରିଯାଆନ୍ତି ସେତେବେଳେ ସେ ବିରକ୍ତି ପ୍ରକାଶ କରନ୍ତି। ତାଙ୍କ ବ୍ୟକ୍ତିଗତ ସମୟରେ କିଏ ଦଖଲ ଦେଲେ ସେ ରାଗିଯାଆନ୍ତି।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe