ପିଠିରେ ହାତ ମାରିଦେବାରୁ ମହିଳା ପ୍ରଶଂସକଙ୍କ ଉପରେ ରାଗିଗଲେ ଜୟା ବଚ୍ଚନ

Advertisment

ନିକଟରେ ଅଭିନେତା ମନୋଜ କୁମାରଙ୍କ ପାଇଁ ଅନୁଷ୍ଠିତ ପ୍ରାର୍ଥନା ସଭାରେ ଜୟା ଯୋଗ ଦେଇଥିବା ବେଳେ ତାଙ୍କର ଜଣେ ମହିଳା ପ୍ରଶଂସକଙ୍କ ଉପରେ ରାଗି ଯାଇଥିବାର ଦେଖିବାକୁ ମିଳିଛି।

ନିକଟରେ ଅଭିନେତା ମନୋଜ କୁମାରଙ୍କ ପାଇଁ ଅନୁଷ୍ଠିତ ପ୍ରାର୍ଥନା ସଭାରେ ଜୟା ଯୋଗ ଦେଇଥିବା ବେଳେ ତାଙ୍କର ଜଣେ ମହିଳା ପ୍ରଶଂସକଙ୍କ ଉପରେ ରାଗି ଯାଇଥିବାର ଦେଖିବାକୁ ମିଳିଛି।

jaya

ମୁମ୍ବାଇ: ଜୟା ବଚ୍ଚନ ନିଜର ରୁକ୍ଷ ବ୍ୟକ୍ତିତ୍ବ ପାଇଁ ବେଶ୍‌ ଜଣାଶୁଣା। ଅନେକ ସମୟରେ ସେ ତାଙ୍କ ପ୍ରଶଂସକମାନଙ୍କୁ କଡ଼ା ଜବାବ ଦେଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଅଭିନେତା ମନୋଜ କୁମାରଙ୍କ ପାଇଁ ଅନୁଷ୍ଠିତ ପ୍ରାର୍ଥନା ସଭାରେ ଜୟା ଯୋଗ ଦେଇଥିବା ବେଳେ ତାଙ୍କର ଜଣେ ମହିଳା ପ୍ରଶଂସକଙ୍କ ଉପରେ ରାଗି ଯାଇଥିବାର ଦେଖିବାକୁ ମିଳିଛି।

ଜୟା ଛିଡ଼ା ହୋଇଥିବା ବେଳେ ପ୍ରଶଂସକ ଜଣକ ଜୟାଙ୍କୁ ପଛ ପଟରୁ ବାଡ଼େଇ ଥି‌ଲେ, ଯେପରି ଜଣେ ବନ୍ଧୁଙ୍କ ଭଳି। ଯାହାକି ଜୟାଙ୍କୁ ପସନ୍ଦ ଆସିନଥିଲା। ସେ ମହିଳାଙ୍କ ହାତକୁ ଧରି ବିରକ୍ତ ଭାବ ପ୍ରକାଶ କରିଥିଲେ। ସେ ସମୟର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। 

ଏହି ମୁହୂର୍ତ୍ତ ଅନେକଙ୍କ ଦ୍ୱାରା କଏଦ ହୋଇଥିବା ବେଳେ ବର୍ତ୍ତମାନ ଇଣ୍ଟରନେଟରେ ବ୍ୟାପକ ଭାବେ ପ୍ରସାରିତ ହେବାରେ ଲାଗିଛି। ଇନଷ୍ଟାଗ୍ରାମରେ ପ୍ରସାରିତ ଏହି ଭିଡିଓଟିକୁ ଦେଖିବା ପରେ ଅନେକ ପ୍ରଶଂସକ ମିଳିତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। 

ଜୟା ବଚ୍ଚନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ଅନେକ ପ୍ରସଙ୍ଗରେ ରାଜନୈତିକ ବୟାନ ଦେବା କାରଣରୁ ଚର୍ଚ୍ଚାରେ ଥାଆନ୍ତି। ସେ ଅଧିକାଂଶ ସମୟରେ ନିଜର କ୍ରୋଧ ପାଇଁ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe