ଏନ୍‌ସିବି ସମ୍ମୁଖରେ ହାଜର ହେଲେ ଜୟା ଶାହା

Advertisment
ଏନ୍‌ସିବି ସମ୍ମୁଖରେ ହାଜର ହେଲେ ଜୟା ଶାହା

The Hitavada

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର୍‌ ଜୟା ଶାହ ଆଜି ଏନ୍‌ସିବି ସମ୍ମୁଖରେ ହାଜର ହୋଇଛନ୍ତି। ବଲିଉଡ୍‌ରେ ଡ୍ରଗ୍‌ସ୍‌ ସଂପୃକ୍ତି ନେଇ ରିୟାଙ୍କ ହ୍ବାଟସ୍‌ଆପ୍‌ ଚାଟ୍‌ରୁ ଜୟାଙ୍କ ନାମ ପଦାକୁ ଆସିବା ପରେ ଏନ୍‌ସିବିର ସ୍ବତନ୍ତ୍ର ତଦନ୍ତକାରୀ ଦଳ ଜୟାଙ୍କୁ ସମନ କରିଥିଲା। ଅପରାହ୍‌ଣ ପ୍ରାୟ ୨ଟା ବେଳେ ଦକ୍ଷିଣ ମୁମ୍ବାଇର ଏନ୍‌ସିବି-ଏସ୍‌ଆଇଟି କାର୍ଯ୍ୟାଳୟରେ ଜୟା ହାଜର ହୋଇ ବୟାନ ରଖିଥିଲେ। ମୁମ୍ବାଇ ପୁଲିସ୍‌ ଏହି କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାରିକେଡ୍ ବାନ୍ଧିଥିବା ଜଣାପଡ଼ିଛି। ପୂର୍ବରୁ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର୍‌ ଶ୍ରୁତି ମୋଦୀଙ୍କୁ ଏନ୍‌ସିବି ପ୍ରଶ୍ନୋତ୍ତର ପାଇଁ ଡାକିଥିଲା। କିନ୍ତୁ ଏନ୍‌ସିବିର ସ୍ବତନ୍ତ୍ର ତଦନ୍ତକାରୀ ଦଳର ଜଣେ କର୍ମଚାରୀ କରୋନା ଚିହ୍ନଟ ହେବା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ଏକ ଜାତୀୟ ଗଣମାଧ୍ୟମର ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ଜୟାଙ୍କ କିଛି ମେସେଜ୍‌ରୁ ଜଣାପଡ଼ୁଛି, ସେ ବଲିଉଡ୍‌ର କିଛି ଅଭିନେତ୍ରୀଙ୍କୁ ବ୍ୟାନ୍‌ ଡ୍ରଗ୍ସ ଯୋଗାଉଥିଲେ। ତେବେ ମେସେଜ୍‌ରେ କୋଡ୍‌ ଶବ୍ଦ ଅଧିକ ବ୍ୟବହୃତ ହୋଇଥିବାରୁ ଏହାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe