ଗାୟିକା କେନିଶାଙ୍କ ପ୍ରେମରେ ପଡ଼ି ପତ୍ନୀଙ୍କୁ ଧୋକା ଦେଇଛନ୍ତି ଜୟମ ରବି !

Advertisment

ଜଣାଶୁଣା ତାମିଲ ଅଭିନେତା ଜୟମ ରବି ସେପ୍ଟେମ୍ବର ୯ରେ ପତ୍ନୀ ଆରତୀଙ୍କଠାରୁ ଛାଡ଼ପତ୍ର ନେଉଥିବା ବିଷୟରେ ଘୋଷଣା କରିଥିଲେ। ‌ଏବେ ତାଙ୍କ ନାମ ଗାୟିକା କେନିଶାଙ୍କ ସହ ଯୋଡାଯାଉଛି।

ଜଣାଶୁଣା ତାମିଲ ଅଭିନେତା ଜୟମ ରବି ସେପ୍ଟେମ୍ବର ୯ରେ ପତ୍ନୀ ଆରତୀଙ୍କଠାରୁ ଛାଡ଼ପତ୍ର ନେଉଥିବା ବିଷୟରେ ଘୋଷଣା କରିଥିଲେ। ‌ଏବେ ତାଙ୍କ ନାମ ଗାୟିକା କେନିଶାଙ୍କ ସହ ଯୋଡାଯାଉଛି।

kenisha

ନୂଆଦିଲ୍ଲୀ: ଜଣାଶୁଣା ତାମିଲ ଅଭିନେତା ଜୟମ ରବି ଏବେ ଚର୍ଚ୍ଚାରେ। ଅଭିନେତା ତାଙ୍କ ପତ୍ନୀ ଆରତୀଙ୍କଠାରୁ ଅଲଗା ହେବା ନେଇ ଦୀର୍ଘ ସମୟ ଧରି ଅନୁମାନ କରାଯାଉଥିଲା | ହେଲେ ତାଙ୍କ ପ୍ରଶଂସକମାନେ ଏହାକୁ କେବଳ ଗୁଜବ ବୋଲି ଭାବୁଥିଲେ । କିନ୍ତୁ ସେପ୍ଟେମ୍ବର ୯ରେ ଅଭିନେତା ତାଙ୍କ ନିରବତାକୁ ଭାଙ୍ଗି ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେଉଥିବା ନେଇ ଘୋଷଣା କରିଥିଲେ। ହଠାତ୍ ଅଭିନେତା ଏଭଳି ନିଷ୍ପତ୍ତି କାହିଁକି ନେଲେ ବୋଲି ଚର୍ଚ୍ଚା ହେଉଥିବା ବେଳେ ପରେ ଆଉ ଏକ ଖବର ସାମ୍ନାକୁ ଆସିଥିଲା। 

ଚର୍ଚ୍ଚା ଆରମ୍ଭ ହେଲା ଯେ, ଜୟମ ରବି ବେଙ୍ଗାଲୁରୁର ଗାୟିକା କେନିଶା ଫ୍ରାନସିସଙ୍କୁ ଡେଟ୍ କରୁଛନ୍ତି। ଏହି କାରଣରୁ ସେ ପତ୍ନୀଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଏହା ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, "ଯେତେବେଳେ ଲୋକମାନେ ମୋର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରନ୍ତି, ଯାହା ମୁଁ ବହୁ ବର୍ଷର ପରିଶ୍ରମ ଏବଂ ଫିଲ୍ମର ସ୍କ୍ରିପ୍ଟ ଚୟନ ଦ୍ୱାରା ନିର୍ମାଣ କରିଛି, ସେତେବେଳେ ମୁଁ କେବଳ ହସିପାରିବି | ମୋ ଭାବମୂର୍ତ୍ତିକୁ ଖରାପ କରିବା ସହଜ ନୁହେଁ |"

କେନିଶାଙ୍କ ସହ ନାମ ଯୋଡାଯିବାକୁ ନେଇ ସେ କହିଛନ୍ତି, "ବଞ୍ଚ ଏବଂ ବଞ୍ଚିବାକୁ ଦିଅ। କାହାର ନାମ ମୋ ସହ ଯୋଡୋ ନାହିଁ। ଲୋକମାନେ ଅନେକ କଥା କହୁଛନ୍ତି। କେନିଶା ଜଣେ ଏଭଳି ଗାୟିକା ଯିଏ ୬୦୦ଷ୍ଟେଜ୍ ସୋ’ରେ ଗୀତ ଗାଇଛନ୍ତି। ନିଜ ପରିଶ୍ରମ ବଳରେ ସେ ନିଜର ପରିଚୟ ତିଆରି କରିଛନ୍ତି। ତାଙ୍କ ଭାବମୂର୍ତ୍ତି ଖରାପ କରନ୍ତୁ ନାହିଁ। ସେ ଜଣେ ମନୋବିଜ୍ଞାନୀ। ଅନେକ ଲୋକଙ୍କୁ ସେ ଅବସାଦରୁ ବାହାରକୁ ଆଣିଛନ୍ତି। ତାଙ୍କ ନାମକୁ ମୋ ସହ ଯୋଡିବା ଉଚିତ୍ ନୁହେଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe