ନୂଆଦିଲ୍ଲୀ: ଜଣାଶୁଣା ତାମିଲ ଅଭିନେତା ଜୟରାମ ରବି ଏବେ ଚର୍ଚ୍ଚାରେ। ଅଭିନେତା ତାଙ୍କ ପତ୍ନୀ ଆରତୀଙ୍କଠାରୁ ଅଲଗା ହେବା ନେଇ ଦୀର୍ଘ ସମୟ ଧରି ଅନୁମାନ କରାଯାଉଥିଲା | ହେଲେ ତାଙ୍କ ପ୍ରଶଂସକମାନେ ଏହାକୁ କେବଳ ଗୁଜବ ବୋଲି ଭାବୁଥିଲେ । କିନ୍ତୁ ୨ଦିନ ତଳେ ଅଭିନେତା ତାଙ୍କ ନିରବତାକୁ ଭାଙ୍ଗି ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେଉଥିବା ନେଇ ଘୋଷଣା କରିଥିଲେ।
ଏକ୍ସରେ ୨ଟି ପୃଷ୍ଠାର ଫଟୋ ସେୟାର କରିଥିଲେ ଜୟରାମ, ଯେଉଁଥିରେ ତାଙ୍କ ବିବୃତି ଥିଲା। ଜୟରାମ ତାଙ୍କ ୧୫ବର୍ଷର ବିବାହ ସମ୍ପର୍କକୁ ଭାଙ୍ଗୁଥିବା ବିଷୟରେ କହିବା ସହ ଆପୋଷ ବୁଝାମଣାରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଥିଲେ। ହେଲେ ଏବେ ତାଙ୍କ ପତ୍ନୀ ଏଥିରେ ସହମତ ନଥିବା କହିଛନ୍ତି।
/sambad/media/media_files/izwnIQJHL0ojmAFBIXei.jpg)
ପତ୍ନୀ ଆରତୀ ରବି ଇନଷ୍ଟାରେ ନିଜ ବିବୃତି ଜାରି କରି କହିଛନ୍ତି ଯେ, “ଆମ ବିବାହ ସମ୍ବନ୍ଧରେ କରାଯାଇଥିବା ସାର୍ବଜନୀନ ଘୋଷଣା ଦେଖି ମୁଁ ଚକିତ ଏବଂ ଦୁଃଖିତ, ଯାହା ମୋତେ ନଜଣାଇ ଓ ମୋ ସମ୍ମତି ବିନା କରାଯାଇଥିଲା। ଏତେ ବର୍ଷର ବିବାହ ପରେ, ମୁଁ ବିଶ୍ୱାସ କରେ ଯେ ଏହିପରି ଗୁରୁତ୍ବପୂର୍ଣ୍ଣ ବିଷୟକୁ ଅନୁଗ୍ରହ, ସମ୍ମାନ ଏବଂ ଗୋପନୀୟତା ସହିତ ଆଗକୁ ହେବା ଉଚିତ । ଛାଡ଼ପତ୍ର ନେଇ ସେ ଯେଉଁ ଘୋଷଣା କରିଛନ୍ତି, ତାହା ଏକତରଫା। ଜୟରାମ ଘୋଷଣା କରିବା ପରଠୁ ମୁଁ ତାଙ୍କ ସହ ଯୋଗାଯୋଗ କରିବାକୁ ଅନେକ ଚେଷ୍ଟା କଲାଣି । ସେ କୌଣସି ଯୋଗାଯୋଗ କରିବାକୁ ଚାହୁନାହାନ୍ତି। ଏବେ ମୁଁ ଓ ମୋ ୨ସନ୍ତାନ ଦ୍ବନ୍ଦ୍ବରେ ଯେ, ପ୍ରକୃତରେ ହୋଇଛି କ’ଣ।"
Follow Us