ଛୋଟ ପରଦାରେ ପୁଣି ଓଲିଉଡର କମେଡି କିଙ୍ଗ

Advertisment
ଛୋଟ ପରଦାରେ ପୁଣି ଓଲିଉଡର କମେଡି କିଙ୍ଗ

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ କମେଡିଆନ୍‌ ହେଲେ ଜୟୀରାମ ସାମଲ ଓରଫ ଜୟୀ। ସେ ପ୍ରାୟ ୪୫ ବର୍ଷ ଧରି ଓଲିଉଡରେ କମେଡିଆନ୍‌ ବେଶ୍‌ ଚର୍ଚ୍ଚାରେ ରହି ଆସିଛନ୍ତି। ଏଯାବତ୍‌ ଶତାଧିକ ଓଡ଼ିଆ ଛବିରେ କାମ କରିଛନ୍ତି ସେ । ଅବଶ୍ୟ ତାଙ୍କୁ ଭିଲେନଭାବେ ବି ଦେଖିଛନ୍ତି ଦର୍ଶକ।
ଏବେ ଏହି କମେଡି କିଙ୍ଗ୍‌ ଅନେକ ଦିନ ବ୍ୟବଧାନ ରେ ଛୋଟ ପରଦାକୁ ଫେରିଛନ୍ତି। ହେଲେ ଏଥର ସେ ଅଭିନେତା ଭାବେ ଆସି ନାହାଁନ୍ତି। ଏଥର ରିଆଲିଟି ସୋ’ରେ ନଜର ଆସୁଛନ୍ତି କମେଡି କିଙ୍ଗ୍‌ ଜୟୀ।
ଆଜିଠାରୁ ଜୀ ସାର୍ଥକ ଟିଭିରେ ପ୍ରସାରିତ ହେଉଛି ଏକ ନୂଆ ରିଆଲିଟି ସୋ’ ଯାହାର ନାଆଁ ହେଲା କମେଡି ଟକ୍କର। ଏଥିରେ ବିଚାରକ ଭାବେ ନଜର ଆସୁଛନ୍ତି ଜୟୀ। ଅବଶ୍ୟ ପୂର୍ବରୁ ସେ ଅଳ୍ପ କେତୋଟି ସୋ’ରେ ବି ନଜର ଆସିଛନ୍ତି।
‘କମେଡି ଟକ୍କର’ ରିଆଲିଟି ସୋ’ରେ ଆଜିକାର ଦୁଇ ଜଣାଶୁଣା କମେଡିଆନ୍‌ ମଧ୍ୟ ଆସୁଛନ୍ତି। ଏ ଦୁହେଁ ହେଲେ ହରିହର ମହାପାତ୍ର ଏବଂ ପ୍ରଜ୍ଞା ଖଟୁଆ। ଏ ଦୁହିଁଙ୍କ ବ୍ୟତୀତ ଓଲିଉଡ ହିରୋଇନ୍‌ ଲିପ୍‌ସା ମିଶ୍ର୍ର ଜଜ୍‌ ଭାବେ ନଜର ଆସିଛନ୍ତି।ଲିପ୍‌ସା ପୂଜା ଭରଲାଓ୍ଵାଲାଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ବ୍ଲକବଷ୍ଟର ମୁଭି‘ପିଲାଟା ବିଗିଡିଗଲା’ ରେ ଜବରଦସ୍ତ କମେଡି କରିଥିଲେ। ଏହି ଫିଲ୍ମରେ ଲିପ୍‌ସାଙ୍କ ପାର୍ଟନର୍‌ ବନିଥିଲେ ପପୁ ପମ୍‌ପମ୍‌ ।

publive-image
ଏବେ ଲିପ୍‌ସା ପୁଣି ଏକ କମେଡି ଫିଲ୍ମରେ ବି କାମ କରୁଛନ୍ତି। ଏହି ସିନେମାର ଟାଇଟଲ ହେଲା ‘ଫୋର୍‌ ଇଡିଅଟସ୍‌’ । ‘କମେଡି ଟକ୍କର’ ରେ ଜୟୀ କିଭଳି କମାଲ୍‌ କରୁଛନ୍ତି, ତା’ହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe