ପ୍ରିୟଙ୍କାଙ୍କ ପାଇଁ ଅଟକି ଯାଇଛି ତିନିଜଣ ଅଭିନେତ୍ରୀଙ୍କୁ ନେଇ ନିର୍ମିତ ହେବାକୁ ଥିବା ସିନେମା ‘ଜି ‌ଲେ ଜରା’

Advertisment
ପ୍ରିୟଙ୍କାଙ୍କ ପାଇଁ ଅଟକି ଯାଇଛି ତିନିଜଣ ଅଭିନେତ୍ରୀଙ୍କୁ ନେଇ ନିର୍ମିତ ହେବାକୁ ଥିବା ସିନେମା ‘ଜି ‌ଲେ ଜରା’

ନୂଆଦିଲ୍ଲୀ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ ଓ କଟ୍ରିନା କୈଫ ଷ୍ଟାରର ସିନେମା ‘ଜି ‌ଲେ ଜରା’କୁ ୨୦୨୧ରେ ଘୋଷଣା କରାଯାଇଥିଲା। ଏହି ଘୋଷଣା ପରେ ତିନିଜଣ ଅଭିନେତ୍ରୀଙ୍କ ଅଭିନୀତ ସିନେମା ରିଲିଜକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲେ।

ତେବେ ଫରହାନ୍ ଅଖତରଙ୍କ ‘ଜି ‌ଲେ ଜରା’ ଘୋଷଣା ପରଠାରୁ ଏଯାବତ ସିନେମାକୁ ନେଇ କୌଣସି ଖବର ମିଳି ନଥିଲା। ଏହାର ସୁଟିଂ ଓ ରିଲିଜ ତାରିଖ ଦିନ ପରେ ଦିନ ଘୁଞ୍ଚି ଚାଲିଥିଲା। ତେବେ କାଷ୍ଟରେ କିଛି ପରିବର୍ତ୍ତନ କରାଯାଇଥିବା ହେତୁ ତାରିଖ ଘୁଞ୍ଚା ଯାଉଛି ବୋଲି କୁହାଯାଇଥିଲା।

ଏକ ସାକ୍ଷାତକାରରେ ଫରହାନ ଅଖତର କହିଥିଲେ, ‘ତାରିଖକୁ ନେଇ ଅନେକ ସମସ୍ୟା ସାମ୍ନାକୁ ଆସୁଛି। ମୁଁ ଏହା ଭଗବାନଙ୍କ ଉପରେ ଛାଡ଼ି ଦେଲି। ଯେବେ ହେବାର ଥିବ ହେବ। ଏଥିପାଇଁ ଚିନ୍ତା କରିକି କିଛି ଲାଭ ନାହିଁ।’

ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କୁହାଯାଉଛି କି, ‘ପ୍ରିୟଙ୍କା ଚୋପ୍ରାଙ୍କୁ ସ୍କ୍ରିପ୍ଟ ପସନ୍ଦ ଆସିନାହିଁ। ତେଣୁ ସେ ଏହି ସିନେମା କରିବାକୁ ମନା କରି ଦେଇଛନ୍ତି। ସେ ତାଙ୍କ ଭଉଣୀ ପରିଣୀତିଙ୍କ ବିବାହକୁ ଆସିବାର ଥିଲା, ଏହି ସମୟରେ ତାଙ୍କୁ ଏହି କଣ୍ଟ୍ରାକ୍ଟ ସାଇନ କରିବାର ଥିଲା। ତେଣୁ ଏକାଠି ତିନିଜଣ ଅଭିନେତ୍ରୀଙ୍କୁ ନେଇ ନିର୍ମିତ ହେବାକୁ ଥିବା ‘ଜି ‌ଲେ ଜରା’ ଅଟକି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe