ଭୁବନେଶ୍ବର: ଆମର ଓଲିଉଡରେ ବର୍ଷା ପ୍ରିୟଦର୍ଶିନୀ ଓ ଅର୍ଚ୍ଚିତାଙ୍କ ଭଳି ଟପ୍ ହିରୋଇନ୍ ଏଯାଏଁ ଅନ୍ୟ କୌଣସି ସିନେମାରେ ଆଇଟମ୍ ନମ୍ବରରେ ନଜର ଆସି ନାହାନ୍ତି । ତଥାପି ଅନୁ ଚୌଧୁରୀ ଓ ନମ୍ରତା ଥାପ୍ପା ଆଇଟମ୍ ଗର୍ଲ ବନିଛନ୍ତି ପରଦାରେ, ଆସନ୍ତୁ ଜାଣିବା କେଉଁ ନାମୀ ନାୟିକା ଏଥିରେ ସାମିଲ ହୋଇଛନ୍ତି ।
/sambad/media/post_attachments/wp-content/uploads/2019/12/anu-ch.jpg)
୧୯୯୮ ରେ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘ ମା ଗୋଜବାୟାଣୀ’ ଜରିଆରେ ନାୟିକା ଭାବେ ଓଲିଉଡରେ କ୍ୟାରିଅର ଆରମ୍ଭ କରିଥିଲେ ଅନୁ ଚୌଧୁରୀ । ସେ ଗତ ୨୨ ବର୍ଷ ଭିତରେ ୩୫ ରୁ ଅଧିକ ସିନେମାରେ ନାୟିକା ଭୂମିକାରେ ପରଦାକୁ ଆସିଛନ୍ତି ।
ତେବେ ଅନୁ ଏଯାବତ୍ କେବଳ ଗୋଟିଏ ଓଡ଼ିଆ ଛବିରେ ଆଇଟମ୍ ନମ୍ବର ରେ ନଜର ଆସିଛନ୍ତି । ସେ ଯେଉଁ ସିନେମାରେ ଆଇଟମ୍ ଗର୍ଲ ବନିଥିଲେ, ତାହା ହେଲା ‘ଗଞ୍ଜା ଲଢେଇ’ । ସୁଧାକର ବସନ୍ତ ଏହାର ନିର୍ଦେଶକ ଓ ନୃତ୍ୟ ନିର୍ଦେଶକ । ଏହି ଫିଲ୍ମରେ ସିଦ୍ଧାନ୍ତ ଓ ସମ୍ବିତ୍ ନାୟକ ଭୂମିକାରେ ଅଭିନୟ କରିଥିଲେ । ‘ ଗଞ୍ଜା ଲଢେଇ’ରେ ଅନୁ ଚୌଧୁରୀଙ୍କ ଉପରେ ପିକ୍ଚରାଇଜ୍ ହୋଇଥିବା ଆଇଟମ୍ ଗୀତଟି ଥିଲା - ‘ ମଲ୍ଲି ତୁ ସୋମବାରରେ ...’ । ଏହି ଗୀତଟି ବେଶ୍ ଲୋକପ୍ରିୟ ମଧ୍ୟ ହୋଇଥିଲା ।
/sambad/media/post_attachments/wp-content/uploads/2018/04/namrata3.jpg)
ଓଲିଉଡର ଆଉ ଜଣେ ଆଗଧାଡିର ନାୟିକା ଥିଲେ ନମ୍ରତା ଥାପ୍ପା । ସେ ୨୦୦୪ର ବ୍ଲକବଷ୍ଟର ମୁଭି ‘ଆଇ ଲଭ ୟୁ’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ । ତା’ପରେ ନମ୍ରତାଙ୍କୁ କେତୋଟି ଓଡ଼ିଆ ସିନେମାରେ ଦର୍ଶକ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ । ଏହି ଟପ୍ ହିରୋଇନ୍ ବି ପ୍ରଥମେ ଆଇଟମ୍ ଗର୍ଲ ବନିଥିଲେ ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦେଶିତ ଫିଲ୍ମ ‘ ଅଭିମନ୍ୟୁ’ ରେ । ଏଥିରେ ନମ୍ରତାଙ୍କ ଉପରେ ପିକ୍ଚରାଇଜ୍ ହୋଇଥିବା ଆଇଟମ୍ ନମ୍ବରଟି ହେଲା - ‘ ମଝି ଦରିଆରେ ଝଲମଲ...ରୋହି ସାଙ୍ଗେ ଇଲିସିର ବାହାଘର...’। ଏହା ବେଶ୍ ଲୋକପ୍ରିୟ ବି ହୋଇଥିଲା ।
‘ ରୋମିଓ ଦ ଲଭର ବୟ ’ ରେ ବାବୁସାନ୍, ‘ ଡନ୍’ରେ ଅନୁଭବ ,‘ମତେର ମିତ’ରେ ଅରିନ୍ଦମ୍ ଓ ‘ ଚଉକା ଛକା’ ସିନେମାରେ ପପୁ ପମ୍ପମ୍ଙ୍କ ବିପକ୍ଷରେ ନାୟିକା ବନିଥିବା ଓଲିଉଡର ଜଣାଶୁଣା ନାୟିକା ଲଭ୍ଲି ବି ଆଇଟମ୍ ଗର୍ଲ ବନିଛନ୍ତି ପରଦାରେ । ତାଙ୍କୁ ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣି ଙ୍କ ନିର୍ଦେଶିତ ହିଟ୍ ମୁଭି ‘ ମୁଁ ଏକା ତୁମର’ରେ ଥିବା ଆଇଟମ୍ ନମ୍ବର ‘ ମା‘ଲୋ ମଲି ବିଛା କାମୁଡ଼ିଲା ରାତିରେ କାଲି ...’ ରେ ଦେଖିବାକୁ ମିଳିଥିଲା । ଏହି ଗୀତରେ ଲଭଲିଙ୍କ ସହିତ ହରି ଓ ସାତ୍ୟକୀ ମିଶ୍ରଙ୍କୁ ମଧ୍ୟ ଦେଖିବାକୁ ପାଇଥିଲେ ଦର୍ଶକ ।
/sambad/media/post_attachments/wp-content/uploads/2018/09/Ananya-Mishra.jpg)
୨୦୧୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ ଗଡଫାଦର’ ରେ ନାୟିକା ଭୂମିକାରେ ନଜର ଆସିଥିଲେ ନବାଗତା ଅନନ୍ୟା । ଏହାପରେ ଅନନ୍ୟା ବି ଆଇଟମ୍ ଗର୍ଲ ସାଜିଥିଲେ ବିନି ପଟ୍ଟନାୟକଙ୍କ ନିର୍ଦେଶିତ ‘ ବଜରଙ୍ଗୀ ’ ରେ । ଏଥିରେ ଅନନ୍ୟାଙ୍କ ଉପରେ ପିକଚରାଇଜ୍ ହୋଇଥିବା ଆଇଟମ୍ ନମ୍ବର ବେଶ୍ ଲୋକପ୍ରିୟ ମଧ୍ୟ ହୋଇଥିଲା । ଏହି ଗୀତଟି ହେଲା ମୋ’ ହଳଦୀ ଗିନା ...। ଏହି ଗୀତ ଦୃଶ୍ୟରେ ଫିଲ୍ମର ନାୟକ ଅମ୍ଳାନ ଓ ଅନୁଭାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।
ଓଲିଉଡର ଲୋକପ୍ରିୟ ନାୟିକା ଜୀନା ଏବେ ଏକ ସିନେମା ଗୀତରେ ଆଇଟମ୍ ଗର୍ଲ ବନିଛନ୍ତି। ଏହି ସିନେମାରେ ପ୍ରଥମ ଥର ଲାଗି ଆଇଟମ୍ ଡାନ୍ସ କରିଛନ୍ତି ଜୀନା। ଏଠାରେ ଯେଉଁ ସିନେମା କଥା କୁହାଯାଉଛି , ତା’ର ଟାଇଟଲ୍ ହେଲା ‘ତାଣ୍ଡବ’। ଏହି ସିନେମାରେ ଜୀନାଙ୍କ ଉପରେ ପିକଚରାଇଜ୍ ହୋଇଥିବା ଆଇଟମ୍ ଗୀତଟି ହେଲା ‘ବାମ୍ଫ ନେଇନକି…’। ଅଗ୍ନିରାଜ କିଶୋର ଏହାର ସଂଗୀତକାର ଏବଂ ପ୍ରବୀର କୁମାର ଗୀତିକାର। ଏଥିରେ କଣ୍ଠଦାନ କରିଛନ୍ତି ତାରିକ୍ ଅଜିଜ୍। ବବି ଇସଲାମ୍ ଏହାର କୋରିଓଗ୍ରାଫି କରିଛନ୍ତି। ଏହି ଗୀତରେ ଜୀନାଙ୍କର ଜବରଦସ୍ତ ନାଚ ରହିଛି। ତା’ଛଡ଼ା ଏଥିରେ ଅଭିନେତା ସମ୍ଭବ ଏବଂ ମନୋଜ ମିଶ୍ରଙ୍କୁ ଦେଖିବାକୁ ମିଳିବ। ପୃଥ୍ଵୀରାଜ ପଟ୍ଟନାୟକ ଏହି ସିନେମାର ନିର୍ଦେଶକ। ସନ୍ଦୀପ ସାହୁ ଏହାର ପ୍ରଯୋଜକ।
Follow Us