ରୁଦ୍ର କ’ଣ ଜୀନାଙ୍କ ଜୀବନସାଥୀ ହେବେ?

ରୁଦ୍ର କ’ଣ ଜୀନାଙ୍କ ଜୀବନସାଥୀ ହେବେ?

କଟକ : ଉଭୟ ବଡ଼ ପରଦା ଓ ଛୋଟ ପରଦାରେ ବେଶ୍‌ ନାଆଁ କରିଥିବା ନାୟିକା ଜୀନା ସାମଲ ସମ୍ପ୍ରତି ଏକ ଟେଲିଭିଜନ ରିଆଲିଟି ସୋ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ସୋ’ର ଶୀର୍ଷକ ରହିଛି ‘ଜୀନା ଜୀବନ ସାଥୀ’। ଏହାର ଫର୍ମାଟ ପାଖାପାଖି ପୂର୍ବରୁ ବିଭିନ୍ନ ଜାତୀୟ ମନୋରଞ୍ଜନଧର୍ମୀ ଚାନେଲମାନଙ୍କରେ ପ୍ରଦର୍ଶିତ ସୋ’ ସହିତ ସମାନ।

ଏହି ରିଆଲିଟି ସୋ’ ଜରିଆରେ ଜୀନା ନିଜର ଜୀବନସାଥୀଙ୍କୁ ବାଛିବେ। ଏହି ପ୍ରକ୍ରିୟାର ଅୟମାରମ୍ଭ ଢେର ଦିନରୁ ଆରମ୍ଭ ହୋଇଯାଇଛି। ଏହାର ଶେଷ ପର୍ଯ୍ୟାୟ ଉପନୀତ ପ୍ରାୟ। ଗତ ସପ୍ତାହରେ ଏହି ସୋ’ର ଅନ୍ୟତମ ପ୍ରତିଯୋଗୀ ମଡେଲ୍‌ ଆଲିଙ୍କୁ ବିଦାୟ ନେବାକୁ ପଡ଼ିଛି।

ସମ୍ପ୍ରତି ଅନ୍ୟ ଯେଉଁ ପ୍ରତିଯୋଗୀମାନେ ଜୀନାଙ୍କ ଜୀବନସାଥୀ ହେବାର ସ୍ୱପ୍ନରେ ମସଗୁଲ ଅଛନ୍ତି, ସେମାନଙ୍କ ମଧ୍ୟରେ ସବୁଠୁ ବଡ଼ ଦାବିଦାର୍‌ ହେଉଛନ୍ତି ଓଲିଉଡର ଜଣାଶୁଣା ନାୟକ ରୁଦ୍ର। ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ ପରେ ରୁଦ୍ର ପାଣିଗ୍ରାହୀ ଓଲିଉଡରେ ନାୟକ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ମନେ ରହିବ ଏ ପ୍ରେମ କାହାଣୀ’। ଏଥିରେ ରୁପାଲି ଥିଲେ ରୁଦ୍ରଙ୍କର ନାୟିକା। ତା’ପରେ ରୁଦ୍ର ‘ଅପ୍‌ନା ହାଥ୍‌ ଜଗନ୍ନାଥ’ ଓ ‘ଝିଅଟା ବିଗିଡି ଗଲା’ ଭଳି ଓଡ଼ିଆ ଛବିରେ ନାୟକ ଭୂମିକାରେ ନଜର ଆସିଥିଲେ। ‘ଝିଅଟା ବିଗିଡିଗଲା’ରେ ରୁଦ୍ର ଜୀନାଙ୍କ ବିପକ୍ଷରେ ନାୟକ ସାଜିଥିଲେ। ଚର୍ଚ୍ଚା ହେଉଛି ଯେ ରୁଦ୍ର ବୋଧହୁଏ ଜିନାଙ୍କୁ ଜୀବନସାଥୀ କରିବାର ମନ କରିଛନ୍ତି, ଆଉ ଜିନା ବି ସମ୍ମତ ଦେଇଛନ୍ତି। ଯଦି ତାହା ସତ ହୁଏ, ତେବେ ରୁଦ୍ର ହିଁ ଜିନାଙ୍କ ଜୀବନସାଥୀ ବନିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe