୨୦ ବର୍ଷ ତଳୁ କରୁଥିଲେ ଡେଟ୍‌, ବିବାହ ବନ୍ଧନରେ ବାନ୍ଧି ହେଲେ ଜେନିଫର୍‌ ଓ ବେନ୍‌

Advertisment
୨୦ ବର୍ଷ ତଳୁ କରୁଥିଲେ ଡେଟ୍‌, ବିବାହ ବନ୍ଧନରେ ବାନ୍ଧି ହେଲେ ଜେନିଫର୍‌ ଓ ବେନ୍‌

Cosmopolitan

ନୂଆଦିଲ୍ଳୀ: ଜେନିଫର୍‌ ଲୋପେଜ୍‌ଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ହଲିଉଡ୍‌ର ଲୋକପ୍ରିୟ ଯୋଡ଼ି ଜେନିଫର୍‌ ଲୋପେଜ୍‌ ଓ ବେନ୍‌ ଆଫ୍‌ଲେକ୍‌ ବିବା‌ହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଯୋଡ଼ି ପ୍ରଶଂସକଙ୍କୁ ସେମାନଙ୍କ ବିବାହ ଖବର ଦେଇ ଏକଦମ ଖୁସି କରାଇ ଦେଇଛନ୍ତି। ସେମାନଙ୍କ ବିବାହ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ପ୍ରଶଂସକମାନେ ସେସବୁ ଫଟୋକୁ ଖୁବ୍ ପସନ୍ଦ କରୁଛନ୍ତି।

ସେମାନେ ଲସ୍‌ ବେଗାସ୍‌ରେ ସେମାନଙ୍କ ସ୍ବପ୍ନର ବିବାହ ରଚିଛନ୍ତି। ସେଠାରେ ଏକ ପ୍ରାଇଭେଟ୍‌ ଉତ୍ସବରେ ସେମାନଙ୍କ ବିବାହ ସଂପନ୍ନ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ସେ ଦୁହେଁ ଦୀର୍ଘ ୨୦ ବର୍ଷ ହେବ ଦୁହିଁଙ୍କୁ ଡେଟ୍‌ କରୁଥିଲେ। ୨୦ ବର୍ଷ ତଳେ ସେମାନେ ନିର୍ବନ୍ଧ ବି କରିଥିଲେ। ମାତ୍ର ମଝିରେ ସେମାନଙ୍କ ସଂପର୍କରେ ସାମାନ୍ୟ ଫାଟ ଦେଖା ଦେଇଥିଲା। ସେମାନଙ୍କ ସଂପର୍କ ବିଚ୍ଛିନ୍ନ ହୋଇଯାଇଛି ବୋଲି ବି ଖବର ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ପୁଣି ସେମାନେ ମିଳାମିଶା କରିବା ଆରମ୍ଭ କରିଥିଲେ। ଶେଷରେ ୨୦ ବର୍ଷ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବେନ୍‌ ଜେନିଫର୍‌ଙ୍କଠାରୁ ବୟସରେ ୩ ବର୍ଷ ସାନ। ଜେନିଫର୍‌ ସେମାନଙ୍କ ବିବା‌ହ ଖବର ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଓ ୱେବ୍‌ସାଇଟ୍‌ରେ ଦେଇଛନ୍ତି। ସେ ଆହୁରି ଏକ କଥାର ବି ଖୁଲାସା କରିଛନ୍ତି। ସେ କହିଛନ୍ତି କି ବିବାହ ସମୟରେ ସେ ପରିଧାନ କରିଥିବା ପୋଷାକ ପୁରୁଣା। କେବଳ ସେତିକି ନୁହେଁ, ବେନ୍‌ଙ୍କୁ ବି ସେ ନିଜ ଆଲମାରିରୁ ଏକ ପୁରୁଣା ଜ୍ୟାକେଟ୍‌ ଖୋଲି ଦେଇଥିଲେ ପିନ୍ଧିବାକୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe