ମୁମ୍ବାଇ: ଟିଭିରେ ସବୁଠାରୁ ଲୋକପ୍ରିୟ କମେଡି ସୋ 'ତାରକ ମେହେଟା କା ଓଲଟା ଚଷମା' ଗତ ୧୫ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି | ଶୋ’ର ପ୍ରତ୍ୟେକ ଚରିତ୍ରକୁ ଦର୍ଶକମାନେ ଖୁବ ପସନ୍ଦ କରନ୍ତି | କିନ୍ତୁ ଅଧିକାଂଶ ଦର୍ଶକ 'ଜେଠାଲାଲ'ଙ୍କୁ ବହୁତ ପସନ୍ଦ କରନ୍ତି ଆଉ ଏହି ଭୂମିକାରେ ଅଭିନେତା ଦିଲୀପ ଯୋଶୀ ଅଭିନୟ କରୁଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦିଲୀପଙ୍କ ପୂର୍ବରୁ ବଲିଉଡର ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ଏହି ଭୂମିକାରେ ଅଭିନୟ କରିବାକୁ ଅଫର ମିଳିଥିଲା | ଏକଥା ଆମେ କହୁନାହୁଁ | ବରଂ ରାଜପାଲ ନିଜେ ଏହାକୁ ସ୍ୱୀକାର କରିଛନ୍ତି |
ସିଦ୍ଧାର୍ଥ କାନନଙ୍କ ସୋ’ରେ ସେ କହିଛନ୍ତି ଯେ ଶୋ ଆରମ୍ଭରେ ଜେଠାଲାଲ ଭୂମିକାରେ ଅଭିନୟ ପାଇଁ ତାଙ୍କୁ ପ୍ରଥମେ ଅଫର କରାଯାଇଥିଲା। କିନ୍ତୁ ସେତେବେଳେ ଅନ୍ୟ ଏକ ପ୍ରୋଜେକ୍ଟରେ କାମ କରୁଥିବାରୁ ସେ ଏହାକୁ ମନା କରିଦେଇଥିଲେ | ଉଲ୍ଲେଖ ଥାଉ କି ରାଜପାଲ ଯାଦବ ୧୯୯୯ ମସିହାରେ ଫିଲ୍ମ 'ଦିଲ କ୍ୟା କରେ'ରୁ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ୨୦୦୦ ମସିହାରେ ରାମ ଗୋପାଳ ବର୍ମାଙ୍କ ଫିଲ୍ମ 'ଜଙ୍ଗଲ'ରୁ ପ୍ରକୃତ ଖ୍ୟାତି ଲାଭ କରିଥିଲେ। ଏହି ଚଳଚ୍ଚିତ୍ରରେ ସେ 'ସିପ୍ପା' ଭୂମିକାରେ ଅଭିନୟ କରିଥିଲେ।
Follow Us