ଏହି କାରଣରୁ ରିୟାଲିଟି ସୋ’ 'ଝଲକ ଦିଖଲା ଯା-୧୦' ଛାଡ଼ିଲେ ଦୂତୀ ଚାନ୍ଦ୍

Advertisment
ଏହି କାରଣରୁ ରିୟାଲିଟି ସୋ’ 'ଝଲକ ଦିଖଲା ଯା-୧୦' ଛାଡ଼ିଲେ ଦୂତୀ ଚାନ୍ଦ୍

ମୁମ୍ବାଇ: ଟିଭି ରିୟାଲିଟି ସୋ’ ‘ଝଲକ ଦିଖ୍‌ଲା ଯା-୧୦’ ମଞ୍ଚରେ ନିଜ ବାନ୍ଧବୀଙ୍କ ସଂପର୍କରେ ଖୋଲାଖୋଲି ଭାବେ କହି ଚର୍ଚ୍ଚିତ ହୋଇଥିଲେ ଦୌଡ଼ ରାଣୀ ଦୂତୀ ଚାନ୍ଦ୍‌। ସୋ’ରେ ସେ ୱାଇଲଡ କାର୍ଡ ଏଣ୍ଟ୍ରି କରିଥିଲେ। ସୋ’କୁ ଯିବା ପରେ ତାଙ୍କ ଲୋକପ୍ରିୟତା ବଢ଼ିବା ସହ ସୋ’ର ବିଚାରକମାନେ ମଧ୍ୟ ତାଙ୍କୁ ଖୁବ ପସନ୍ଦ କରୁଥିବା ଦେଖାଯାଇଥିଲା। ହେଲେ ଲୋକପ୍ରିୟତା ପରେ ବି ଏବେ ସେ ଆଗକୁ ସୋ’ରେ ନଜର ଆସିବେନି ବୋଲି ଜଣାପଡ଼ିଛି। ଏଭଳି ଅଧାରୁ କ’ଣ ପାଇଁ ଦୂତୀ ସୋ’ ଛାଡ଼ିଲେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି।

दुती चंद aajtak

ଟେଲିଚକ୍କରର ରିପୋର୍ଟ ଅନୁଯାୟୀ, ସୋ’କୁ ଆସିବା ପୂର୍ବରୁ ବାକି ରହିଯାଇଥିବା କାମକୁ ଶେଷ କରିବା ପାଇଁ ଦୂତୀ ଚାନ୍ଦ 'ଝଲକ ଦିଖଲା ଯା-୧୦' ଛାଡ଼ିଛନ୍ତି।  ସେ ତାଙ୍କର ପୂର୍ବ ପ୍ରତିଶ୍ରୁତି ପୂରଣ କରିବାକୁ ଚାହୁଁଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ସୋ’ରେ ଭଲ ପ୍ରଦର୍ଶନ କରିବା ପାଇଁ ନୃତ୍ୟ ଅଭ୍ୟାସ କରିବାକୁ ଅଧିକ ସମୟର ଆବଶ୍ୟକତା ରହିଥିବା ବେଳେ ସେ ନିଜର ଅନ୍ୟ କାମ କରିପାରୁନଥିଲେ। ଏହା ସହ ତାଙ୍କ ଆଗାମୀ ଟୁର୍ନାମେଣ୍ଟ ପାଇଁ ଦୂତୀ ଚାନ୍ଦଙ୍କୁ ଅଭ୍ୟାସ କରିବାକୁ ସମୟ ମଧ୍ୟ ମିଳୁନଥିଲା। ଏଭଳି ପରିସ୍ଥିତିରେ ସେ 'ଝଲକ ଦିଖଲା ଜା-୧୦' କୁ ଛାଡ଼ିବା ଠିକ୍ ବୋଲି ଭାବିଥିଲେ। ସୋ’ ଛାଡ଼ିବା ପରେ ବର୍ତ୍ତମାନ ଦୂତୀ ଚାନ୍ଦ ତାଙ୍କ ଟୁର୍ନାମେଣ୍ଟରେ ଧ୍ୟାନ ଦେବାରେ ସକ୍ଷମ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe