ପ୍ରଥମ ସିନେମାରେ ଜାହ୍ନବୀ କପୁର କେତେ ଟଙ୍କା ନେଇଛନ୍ତି ଜାଣିଲେ , ଆପଣ ବି ଚମକି ପଡ଼ିବେ !

ପ୍ରଥମ ସିନେମାରେ ଜାହ୍ନବୀ କପୁର କେତେ ଟଙ୍କା ନେଇଛନ୍ତି ଜାଣିଲେ , ଆପଣ ବି ଚମକି ପଡ଼ିବେ !

ମୁମ୍ବାଇ: ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀଙ୍କ କନ୍ୟା ହେଲେ ଜାହ୍ନବୀ କପୁର ସେ ମାଆଙ୍କ ପଦାଙ୍କ ଅନୁସରଣ କରି ବଲିଉଡରେ ପାଦ ଥାପିଛନ୍ତି। ତାଙ୍କର ପ୍ରଥମ ସିନେମା ‘ଧଡକ୍‌’ ଜୁଲାଇ ୨୦ ତାରିଖରେ ମୁକ୍ତିଲାଭ କରୁଛି। ଏଥିରେ ଜାହ୍ନବୀ କପୁରଙ୍କ ବିପକ୍ଷରେ ନାୟକ ବନିଛନ୍ତି ସାହିଦ୍‌ କପୁରଙ୍କ ସାନ ଭାଇ ଇଶାନ୍‌ ଖଟ୍ଟର।
ହେଲେ କ’ଣ ଆପଣ ଜାଣନ୍ତି ‘ଧଡକ୍‌’ର ନାୟକ-ନାୟିକାଙ୍କ ସମେତ ଅନ୍ୟ ପ୍ରମୁଖ ବ୍ୟକ୍ତିଙ୍କୁ କେତେ ଟଙ୍କା ମିଳିଛି?

ଜାହ୍ନବୀ କପୁରଙ୍କ ଏହା ପ୍ରଥମ ଫିଲ୍ମ ହେଲେ ବି ତାଙ୍କୁ ପାରିଶ୍ରମିକ ବାବଦରେ ମିଳିଛି ୫୦ ରୁ ୬୦ ଲକ୍ଷ ଟଙ୍କା। ଠିକ୍‌ ସେହିପରି ଇଶାନ୍‌ ଖଟ୍ଟରଙ୍କୁ ମଧ୍ୟ ସମାନ ପରିମାଣର ଅର୍ଥ ମିଳିଥିବା କୁହାଯାଉଛିି।
ଆଶୁତୋଷ ରାଣା:- ‘ଧଡକ୍‌’ରେ ଜାହ୍ନବୀଙ୍କ ପିତା ଭୂମିକାରେ ନଜର ଆସିବେ ଆଶୁତୋଷ ରାଣା। ଏହି ଭୂମିକା ଲାଗି ଆଶୁତୋଷଙ୍କୁ ପ୍ରାୟ ୮୦ ଲକ୍ଷ ଟଙ୍କା ଦିଆଯାଇଥିବା ଜଣାଯାଇଛି।
ଶଶାଙ୍କ ଖେତାନ୍‌:- ‘ଧଡକ୍‌’ର ନିର୍ଦ୍ଦେଶକ ଶଶାଙ୍କ ଖେତାନ୍‌ ନିର୍ଦ୍ଦେଶନା ବାବଦରେ ୪ କୋଟି ଟଙ୍କା ନେଇାଇଥିବା କୁହାଯାଉଛି। ଏହା ପୂର୍ବରୁ ଶଶାଙ୍କ ଫିଲ୍ମ ‘ହଂପଟି ଶର୍ମା କି ଦୁଲହନିଆ’ଓ ‘ବଦ୍ରିନାଥ କି ଦୁଲହନିଆ’ଭଳି ସୁପରହିଟ୍‌ ଫିଲ୍ମର ନିର୍ଦ୍ଦେଶନା ଦେଇସାରିଛନ୍ତି। ଅଜୟ-ଅତୁଲ:- ‘ଧଡକ୍‌’ର ସଙ୍ଗୀତକାର ଯୋଡ଼ି ହେଲେ ଅଜୟ-ଅତୁଲ। ସେମାନଙ୍କୁ ପ୍ରାଇସ୍‌ ହେଉଛି ୧ କୋଟି ୫୦ ଲକ୍ଷ ଟଙ୍କା ।

publive-image
ନାଗରାଜ ମଂଜୁଲେ:- ‘ଧଡକ୍‌’ ହେଉଛି ମରାଠୀ ସିନେମା ‘ସୈରାଟ୍‌’ର ରିମେକ୍‌ । ‘ଧଡକ୍‌’ର କାହାଣୀକାର ହେଲେ ନାଗରାଜ ମଂଜୁଲେ। ସେ ‘ସୈରାଟ୍‌’ର କାହାଣୀ ଓ ନିର୍ଦ୍ଦେଶନା ସାଙ୍ଗକୁ ପ୍ରଯୋଜନା ମଧ୍ୟ କରିଥିଲେ। ଏହି୍‌’। ଏହାର କାହାଣୀ ରାଇଟ୍‌ସ ବାବଦରେ ଦୁଇ କୋଟି ଟଙ୍କା ନେଇଛନ୍ତି ନାଗରାଜ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe