ଏହି ନାୟକଙ୍କ ସହ ଝିଲିକଙ୍କ ଯୋଡି ସବୁଠାରୁ ପପୁଲାର୍‌

Advertisment
ଏହି ନାୟକଙ୍କ ସହ ଝିଲିକଙ୍କ ଯୋଡି ସବୁଠାରୁ ପପୁଲାର୍‌

ଭୁବନେଶ୍ୱର: ଝିଲିକ ଓଲିଉଡର ଜଣେ ଲୋକପ୍ରିୟ ନାୟିକା। ସେ ନିରଞ୍ଜନ ରଣା ପ୍ରଯୋଜିତ ତଥା ଏସ କେ ମୁରଲୀଧରନ୍‌ଙ୍କ ନିର୍ଦ୍ଦେଶିତ ‘ଟାର୍ଗେଟ୍‌’ ଜରିଆରେ ଓଲିଉଡରେ ଓଲିଉଡରେ ପ୍ରବେଶ କରିଥିଲେ। ଏଥିରେ ତାଙ୍କର ନାୟକ ଥିଲେ ଅମ୍ଳାନ। ତାପରେ ସେ ବାବୁସାନଙ୍କ ସହ ‘ଆଖିରେ ଆଖିରେ’ ରେ ନଜର ଆସିଥିଲେ। ଏହି ଫିଲ୍ମ ସୁପରହିଟ୍‌ ହେବାପରେ ବାବୁସାନ୍‌-ଝିଲିକଙ୍କୁ ଲୋକପ୍ରିୟ ଯୋଡ଼ିର ମାନ୍ୟତା ମିଳିଥିଲା।ଏହି ଯୋଡ଼ିକୁ ଦର୍ଶକ ପୁଣି ‘ଲେଖୁ ଲେଖୁ ଲେଖି ଦେଲି’ , ‘ସୁପର ମିଛୁଆ’ ଏବଂ ‘ଜବରଦସ୍ତ ପ୍ରେମିକ’ ଆଦି ସିନେମାରେ ବି ପସନ୍ଦ କରିଥିଲେ।

ଏହା ଅବଶ୍ୟ ଭିନ୍ନ କଥା ଯେ ଝିଲିକ ଅନୁଭବଙ୍କ ସହିତ ‘ଜଗା ହାତରେ ପଘା’,‘ଅଗସ୍ତ୍ୟ’ ଏବଂ ‘ବେବି’, ଅରିନ୍ଦମଙ୍କ ବିପକ୍ଷରେ ‘ଲଭ୍‌ ୟୁ ହମେଶା’ରେ ଅଭିନୟ କରିଛନ୍ତି।ସମ୍ବିତଙ୍କ ସହ ବି ଝିଲିକ୍‌ ‘ତୁମକୁ ଦେଖିଲାପରେ’ରେ ଦେଖିବାକୁ ପାଇଛନ୍ତି ଦର୍ଶକ ।ତେବେ ଏହି ଅନ୍ୟ ଯୋଡ଼ିକୁ ବାବୁସାନ୍‌-ଝିଲିକ ଯୋଡ଼ି ଭଳି ସଫଳତା ମିଳି ନାହିଁ।

publive-image

ନାୟକ ଜ୍ୟୋତିଙ୍କ ସହ ଫିଲ୍ମ ‘ତୁ ମୋ ହିରୋ’ରେ ଯୋଡି ବନାଇବାପରେ  ଏବେ ‘ଓଲେ ଓଲେ ଦିଲବୋଲେ ’ରେ କାମ କରୁଛନ୍ତି ଝିଲିକ। ତେବେ ସେ ଏଯାବତ୍ ଓଲିଉଡର ଅନ୍ୟ ନାମକରା ନାୟକ ସବ୍ୟସାଚୀ,ଆକାଶ,ବୁଦ୍ଧାଦିତ୍ୟ,ଅଭିଷେକ ଏବଂ ଦୀପକ ପ୍ରମୁଖଙ୍କ ସହ ନାୟିକାଭାବେ କାମ କରୁଛନ୍ତି ତାହା ଦେଖିବାକୁ ବାକି ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe