ପକ୍କା ଓଡ଼ିଆଣୀ ପାଲଟିଲେ ବଙ୍ଗୀୟ ନାୟିକା ଝିଲିକ୍, ବିବାହ ପରେ ଆଶୀର୍ବାଦ କାମନା କଲେ

ପକ୍କା ଓଡ଼ିଆଣୀ ପାଲଟିଲେ ବଙ୍ଗୀୟ ନାୟିକା ଝିଲିକ୍, ବିବାହ ପରେ ଆଶୀର୍ବାଦ କାମନା କଲେ

ଭୁବନେଶ୍ୱର: ଲୋକପ୍ରିୟ ନାୟିକା ଝିଲିକ୍‌ ହେଲେ ଓଡ଼ିଆ ଘରର ବୋହୂ। ହଁ ସେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ ଘଡ଼େଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କୁ ବିବାହ କରିଛନ୍ତି। ଏନେଇ ନିଜେ ଝିଲିକ୍‌ ଆଜି ସକାଳେ ସୋସିଆଲ୍ ମିଡିଆ ଜରିଆରେ ତାଙ୍କର ବାହାଘର ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି।
ଏଥିରେ ଝିଲିକ୍ ବାହାଘର ସମୟର ଫଟୋ ସେଆର କରି ଲେଖିଛନ୍ତି, ଆମର ବୈବାହିକ ଜୀବନ ପାଇଁ ଆମେ ସମସ୍ତଙ୍କ ପ୍ରାର୍ଥନା ଓ ଆଶୀର୍ବାଦ କାମନା କରୁଛି । ଏହା ସହିତ ସେ ଜୟ ଜଗନ୍ନାଥ ବୋଲି ମଧ୍ୟ ଲେଖିଛନ୍ତି।
ଝିଲିକ୍‌ ଯେଉଁ ଫଟୋ ସେଆର୍ କରିଛନ୍ତି, ସେଥିରେ ପ୍ରୀତିରଞ୍ଜନ ତାଙ୍କ ମଥାରେ ସିନ୍ଦୂର ଦେଉଥିବାର ଦେଖିବାକୁ ମିଳିଛି। ଅନ୍ୟଟିରେ ଝିଲିକ୍‌ଙ୍କ ସହିତ ପ୍ରୀତିରଞ୍ଜନ ଓ ପ୍ରଫୁଲ ଘଡ଼େଇ ରହିଛନ୍ତି। ଏବେ ଝିଲିକ୍ ପକ୍କା ଓଡ଼ିଆଣୀ ପାଲଟିଯାଇଛନ୍ତି।

publive-image facebook/jhilik bhattacharjee

ସୂଚନାଯୋଗ୍ୟ, ଝିଲିକ୍‌ ୨୦୧୩ରେ ମୁକ୍ତିଲାଭ କରିଥିବା ପ୍ରଯୋଜକ ନିରଞ୍ଜନ ରଣାଙ୍କ ଓଡ଼ିଆ ଛବି ‘ଟାର୍ଗେଟ୍‌’ରୁ ଓଲିଉଡରେ କ୍ୟାରିଅର୍‌ ଆରମ୍ଭ କରିଥିଲେ । ଏହାର ନିର୍ଦେଶକ ଥିଲେ ଏସ୍‌.କେ.ମୁରଲୀଧରନ୍‌ । ଏହାପରେ ତାଙ୍କୁ ଓଲିଉଡରେ ଭଲ ଭଲ ଅଫର୍‌ ମିଳିବା କାରଣରୁ ସେ ବଙ୍ଗୀୟା ହୋଇ ମଧ୍ୟ ଓଡ଼ିଶାରେ ରହି ଯାଇଛନ୍ତି । ଏହାପରେ ଝିଲିକ୍‌ ଇତିମଧ୍ୟରେ ‘ଆଖିରେ ଆଖିରେ’, ‘ଲେଖୁ ଲେଖୁ ଲେଖି ଦେଲି’, ‘ସୁପର ମିଛୁଆ’, ‘ଲଭ୍‌ ୟୁ ହମେଶା’, ‘ଜବରଦସ୍ତ ପ୍ରେମିକ’,‘ଜଗା ହାତରେ ପଘା’,‘ଅଗସ୍ତ୍ୟ’, ‘ବେବି’, ‘ତୁମକୁ ଦେଖିଲା ପରେ’, ‘ଲଭ୍ ଅଲଗା ପ୍ରକାର’, ‘ତୁ ମୋ’ ହିରୋ’ ଏବଂ ‘ସବୁ ମାୟାରେ ବାୟା’ ଆଦି ଓଡ଼ିଆ ଛବିରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ‘ବାଜିବ ଲୋ ସାହାନାଇ’, ‘ମିଷ୍ଟର୍ କହ୍ନେୟା’ ଏବଂ ‘ଆଇ ଲଭ୍ ୟୁ-୨‘ ମୁକ୍ତି ପ୍ରତୀକ୍ଷାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe