ସବ୍ୟସାଚୀଙ୍କ ସହ କେବେ ଝିଲିକ୍‌

Advertisment
ସବ୍ୟସାଚୀଙ୍କ ସହ କେବେ ଝିଲିକ୍‌

ଭୁବନେଶ୍ୱର: ଓଲିଉଡର ଜଣେ ଲୋକପ୍ରିୟ ନାୟିକା ହେଲେ ଝିଲିକ୍‌। ସେ ନିରଞ୍ଜନ ରଣା ପ୍ରଯୋଜିତ ତଥା ଏସ କେ ମୁରଲୀଧରନ୍‌ ନିର୍ଦ୍ଦେଶିତ ‘ଟାର୍ଗେଟ୍‌’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ।ଏଥିରେ ତାଙ୍କର ନାୟକ ଥିଲେ ଅମ୍ଳାନ। ତାପରେ ସେ ବାବୁସାନଙ୍କ ସହ ‘ଆଖିରେ ଆଖିରେ’ ରେ ନଜର ଆସିଥିଲେ। ଏହି ଫିଲ୍ମ ସୁପରହିଟ୍‌ ହେବାପରେ ବାବୁସାନ୍‌-ଝିଲିକଙ୍କୁ ଲୋକପ୍ରିୟ ଯୋଡ଼ିର ମାନ୍ୟତା ମିଳିଥିଲା।ଏହି ଯୋଡ଼ିକୁ ଦର୍ଶକ ପୁଣି ‘ଲେଖୁ ଲେଖୁ ଲେଖି ଦେଲି’ , ‘ସୁପର ମିଛୁଆ’ ଏବଂ ‘ଜବରଦସ୍ତ ପ୍ରେମିକ’ ଆଦି ସିନେମାରେ ବି ପସନ୍ଦ କରିଥିଲେ। ଏହା ଅବଶ୍ୟ ଭିନ୍ନ କଥା ଯେ ଝିଲିକ ଅନୁଭବଙ୍କ ସହିତ ‘ଜଗା ହାତରେ ପଘା’,‘ଅଗସ୍ତ୍ୟ’ ଏବଂ ‘ବେବି’, ଅରିନ୍ଦମଙ୍କ ବିପକ୍ଷରେ ‘ଲଭ୍‌ ୟୁ ହମେଶା’ରେ ଅଭିନୟ କରିଛନ୍ତି। ସମ୍ବିତଙ୍କ ସହ ବି ଝିଲିକ୍‌ ‘ତୁମକୁ ଦେଖିଲାପରେ’ରେ ଦେଖିବାକୁ ପାଇଛନ୍ତି ଦର୍ଶକ ।

ତେବେ ଏହି ଅନ୍ୟ ଯୋଡ଼ିକୁ ବାବୁସାନ୍‌-ଝିଲିକ ଯୋଡ଼ି ଭଳି ସଫଳତା ମିଳି ନାହିଁ।ତାଙ୍କର ନାୟକ ଜ୍ୟୋତିଙ୍କ ସହ ଦୁଇଟି ଫିଲ୍ମ ତୁ ମୋ ହିରୋ’ ଏବଂ ‘ଓଲେ ଓଲେ ଦିଲ ବୋଲେ’ରେ କାମ କରିଛନ୍ତି।

publive-image

ତେବେ ସେ ଏଯାବତ୍ ଓଲିଉଡର ଅନ୍ୟ ଟପ୍‌ ନାୟକସବ୍ୟସାଚୀ,ଆକାଶ,ବୁଦ୍ଧାଦିତ୍ୟ,ଅଭିଷେକ ଏବଂ ଦୀପକ ପ୍ରମୁଖଙ୍କ ସହ ନାୟିକାଭାବେ କାମ କରୁଛନ୍ତି ତାହା ଦେଖିବାକୁ ବାକି ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe