ଝିଲିକ୍‌ଙ୍କ ନୂଆ ଅବତାର

Advertisment
ଝିଲିକ୍‌ଙ୍କ ନୂଆ ଅବତାର

ସତ୍ୟର ସନ୍ଧାନ ପାଇଁ ଅଭିନେତ୍ରୀ ଝିଲିକ୍ ନେଇଛନ୍ତି ନୂଆ ଅବତାର। ପ୍ରକୃତ ସତ୍ୟ ସବୁବେଳେ ମିଛର ଆବରଣ ଭିତରେ ଥାଏ। ସତ୍ୟର ଉନ୍ମୋଚନ ପାଇଁ ସବୁ‌େବଳେ ମିଛର ଆବରଣ ଭିତରକୁ ଖୋଳିବାକୁ, ଅନୁସନ୍ଧାନ କରିବାକୁ ହୁଏ। ସେମିତି ଏକ ସତ୍ୟକୁ ଲୋକଲୋଚନକୁ ଆଣିବାକୁ ରୁଦ୍ରାଣୀଙ୍କୁ ଏକ ଭିନ୍ନ ଅବତାର ନେବାକୁ ହୁଏ। ଏହା ତାଙ୍କ ଅଭିନୟ ଜୀବନର ଶ୍ରେଷ୍ଠ ଚରିତ୍ର ବୋଲି ନିଜେ ଝିଲିକ୍ କହିଛନ୍ତି।

ଏବେ ‘ରୁଦ୍ରାଣୀ’ର ପୋଷ୍ଟ ପ୍ରଡକ୍ସନ୍ କାମ ଚାଲିଛି। ନିର୍ଦ୍ଦେଶକ ମୁରଲୀକ୍ରିଷ୍ଣାଙ୍କ ସହ ଆଗରୁ ଝିଲିକ୍ ‘ଜଗା ହାତରେ ପଘା’ରେ ନାୟିକା ସାଜିଛନ୍ତି। ଚଳଚ୍ଚିତ୍ର ‘ରୁଦ୍ରାଣୀ’ରେ ସଂଳାପ ଲେଖିଛନ୍ତି ରଜନୀ ରଂଜନ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ, ଚିତ୍ରୋତ୍ତୋଳନ କରିଛନ୍ତି ଈଶ୍ବର ବାରିକ ଏବଂ ଏଥିରେ କ୍ରିଏଟିଭ୍ ହେଡର ଭୂମିକା ନିର୍ବାହ କରିଛନ୍ତି ପ୍ରଣୟ ‌େଜଠୀ। ନା‌ରୀକୈନ୍ଦ୍ରିକ କାହାଣୀ ‘ରୁଦ୍ରାଣୀ’ରେ ଝିଲିକ୍ ଓ ମଣ୍ଟୁଙ୍କ ବ୍ୟତୀତ ରୋହିତାସ, ବାପିବାବୁ, ବବି ମିଶ୍ର, ପିଣ୍ଟୁ ନନ୍ଦ, ଭିକ୍କି ମିଶ୍ର, ଜୀବନ ପଣ୍ଡା, ଇଲୁ ବାନାର୍ଜୀ, ଟିଲୁ, ପ୍ରତିଭା ପଣ୍ଡା, ଶୁଭଙ୍କରୀ, ଅନୁରାଧା, ଗୁଡ୍ଡୁ, ଅମର, ସରୋଜ ଦାସ, ଧରିତ୍ରୀ ଖଣ୍ଡୁଆଳ ଏବଂ ନବାଗତା ମୁସ୍କାନ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe