‘ଝୁମେ ଯୋ ପଠାନ୍‌’ ଗୀତରେ ସାର୍ଟର ‌ବଟନ୍‌ ଖୋଲିବାକୁ ଲାଜ କରୁଥିଲେ ଶାହାରୁଖ୍‌, ଦେଖନ୍ତୁ ମେକିଂ ଭିଡିଓ

Advertisment
‘ଝୁମେ ଯୋ ପଠାନ୍‌’ ଗୀତରେ ସାର୍ଟର ‌ବଟନ୍‌ ଖୋଲିବାକୁ ଲାଜ କରୁଥିଲେ ଶାହାରୁଖ୍‌, ଦେଖନ୍ତୁ ମେକିଂ ଭିଡିଓ

ndtv.in

ମୁମ୍ବାଇ: ଦର୍ଶକଙ୍କ ମନରୁ ‘ପଠାନ୍‌’ ଫିଲ୍ମକୁ ଦେଖିବାର ନିଶା କମିବାର ନାଁ ଧରୁନି। ରିଲିଜ୍‌ ହେବାରେ ୨୨ ଦିନରେ ବି ସିନେମା ହଲ୍‌ରେ ଜମୁଛି ଦର୍ଶକଙ୍କ ଭିଡ଼। ଫିିଲ୍ମଟି ଲଗାତର ବକ୍ସ ଅଫିସ୍‌ରେ ଜବରଦସ୍ତ ରୋଜଗାର କରିବାରେ ଲାଗିଛି। ଶାହାରୁଖ୍‌ଙ୍କ ଗୀତ ‘ଝୁମେ ଯୋ ପଠାନ୍‌’କୁ ବି ପ୍ରଶଂସକ ଖୁବ୍‌ ପସନ୍ଦ କରିବାରେ ଲାଗିଛନ୍ତି। କେବଳ ଏତିକି ନୁହେଁ, ଏହି ଗୀତ ବାଜିବା ମାତ୍ରେ ଅନେକ ଦର୍ଶକ ସିନେମା ହଲ୍‌ ଭିତରେ ନାଚ ଆରମ୍ଭ କରି ଦେଉଥିବା ବି ଶୁଣିବାକୁ ମିଳିଛି।

ତେବେ ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଅନନ୍ଦ ଖୁଲାସା କରିଛନ୍ତି ଯେ ଏହି ଗୀତରେ ସାର୍ଟର ବଟନ୍‌ ଖୋଲିବା ବେଳେ କିଙ୍ଗ୍‌ ଖାନ୍‌ ଖୁବ୍‌ ଲାଜେଇଥିଲେ। ଏପରିକି ଏହି ସିନ୍‌ କରିବାକୁ ସେ ମନା ବି କରୁଥିଲେ। ମାତ୍ର ତାଙ୍କୁ ବହୁ ବୁଝାଇବା ପ‌ରେ ସେ ଏହି ସିନ୍‌ କରିଥିଲେ। ସେ ସମୟର ଭିଡିଓକୁ ବି ଆପଣ ଦେଖିପାରିବେ। ଆପଣ ନିଜେ ହିଁ ଦେଖିଦିଅନ୍ତୁ ଯେ ସାର୍ଟର ବଟନ୍‌ ଖୋଲା ସିନ୍‌ ବେଳେ କିପରି ପ୍ରତିକ୍ରିୟା ଦେଇଛନ୍ତି ଶାହାରୁଖ୍।

‘ପଠାନ’ର ଚାହିଦା କେବଳ ଭାରତ ନୁହେଁ, ବରଂ ଦୁନିଆ ସାରା ରହିଛି। ଭାରତୀୟ ବକ୍ସ ଅଫିସ ପରି ବିଦେଶରେ ବି ଫିଲ୍ମଟି ଦର୍ଶକଙ୍କ ମନ  ମୋହିଛି । ତେବେ ଫିଲ୍ମ ‘ପଠାନ’ ଜାନୁଆରି ୨୫ରେ ୧୦୦ଟି ଦେଶର ୮୦୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଥିଲା। ରିଲିଜ ପରେ ଏହାର ସ୍କ୍ରିନ ସଂଖ୍ୟା ଆହୁରି ୩୦୦କୁ ବଢ଼ାଇ ଦିଆଯାଇଥିଲା। ଏବେ ଫିଲ୍ମକୁ ମିଳୁଥିବା ଭଲପାଇବାକୁ ଦେଖି ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ‘ପଠାନ-୨’ ନିର୍ମାଣ ନେଇ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe