ମୁଁ ତୁମକୁ ମୋ ଜୀବନ ଠାରୁ ଅଧିକ ଭଲ ପାଇବା ପରେ ବି ମୋତେ ଧୋକା ଦେଲ... ୬ଫର୍ଦ୍ଦ କ‌ାଗଜରେ ଏଭଳି କିଛି ଲେଖି ଆରପାରିକୁ ଚାଲି ଯାଇଥିଲେ ଜିଆ ଖାନ୍

ମୁଁ ତୁମକୁ ମୋ ଜୀବନ ଠାରୁ ଅଧିକ ଭଲ ପାଇବା ପରେ ବି ମୋତେ ଧୋକା ଦେଲ... ୬ଫର୍ଦ୍ଦ କ‌ାଗଜରେ ଏଭଳି କିଛି ଲେଖି ଆରପାରିକୁ ଚାଲି ଯାଇଥିଲେ ଜିଆ ଖାନ୍

amarujala.com

ମୁମ୍ବାଇ: ଜୁନ୍ ୩, ୨୦୧୩ରେ ହଠାତ୍ ଅଭିନେତ୍ରୀ ଜିଆ ଖାନଙ୍କ ଆତ୍ମହତ୍ୟା କରିବା ଖବର ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ସେ ତାଙ୍କ ପ୍ରେମିକ ସୁରଜ ପାଞ୍ଚୋଲିଙ୍କ ପାଇଁ ଆତ୍ମହତ୍ୟା ଭଳି ପଦକ୍ଷେପ ନେଉଥିବା କଥା ଲେଖିବା ସହ ୬ଫର୍ଦ୍ଦ କାଗଜରେ ନିଜ ମନର ଦୁଃଖକୁ ଲେଖିଥିଲେ। ସେ ଛାଡ଼ି ଯାଇଥିବା ଚିଠିରେ ଲେଖାଯାଇଥିଲା କି, ମୋ ପାଖରେ ଏବେ ହରାଇବା ପାଇଁ କିଛି ନାହିଁ। ବହୁତ ପୂର୍ବରୁ ମୁଁ ସବୁ କିଛି ହରାଇ ସାରିଛି। ତୁମେ ବୋଧ ହୁଏ ଜାଣି ନାହଁ ମୁଁ ତୁମକୁ କେତେ ଭଲ ପାଇ ବସିଛି। ତୁମକୁ ଭଲ ପାଇ ମୁଁ ନିଜକୁ ଭୁଲିଯାଇଥିଲେ ମଧ୍ୟ ତୁମେ ମୋତେ ବୁଝି ପାରିଲ ନାହିଁ। ମୋତେ ଏବେ ଆଶାର କୌଣସି ଆଲୋକ ଦେଖାଯାଉ ନାହିଁ। ସକାଳୁ ଖଟ ଉପରୁ ଉଠିବାକୁ ମନ ହେଉନାହିଁ।

jiah khan amarujala.com

ଗୋଟେ ସମୟ ଥିଲା, ଯେତେବେଳେ ମୁଁ ମୋର ଭବିଷ୍ୟତ ତୁମ ସହ ଦେଖୁଥିଲି। କିନ୍ତୁ ତୁମେ ମୋର ସବୁ ସ୍ବପ୍ନକୁ ଭାଙ୍ଗି ଦେଇଛ। ମୁଁ ଭିତରୁ ମରି ସାରିଛି। ତୁମ ସହ ପ୍ରେମ ସଂପର୍କରେ ରହିବା ପରେ ସବୁବେଳେ ଗର୍ଭବତୀ ହେବାର ଡ଼ର ମୋ ମନ ଭିତରେ ରହୁଥିଲା। କିନ୍ତୁ ତୁମ ପାଇଁ ମୁଁ ମୋ ନିଜକୁ ତୁମ ପାଖରେ ସମର୍ପଣ କରିଦେଲି। ସବୁ ପରେ ମଧ୍ୟ ତୁମେ ମୋତେ ଆଜି ଧୋକା ଦେଲ। ଏବେ ମୁଁ ମୋ କ୍ୟାରିୟର ବିଷୟରେ ଭାବିପାରୁ ନାହିଁ। ଏବେ ମୁଁ ମୋ ୧୦ବର୍ଷର କ୍ୟାରିୟର ଏବଂ ମୋର ସ୍ବପ୍ନଠାରୁ ବିଦାୟ ନେଇ ଚାଲିଯାଉଛି। ମୁଁ ଏବେ ଶୋଇବାକୁ ଚାହୁଛି। ପୂର୍ବରୁ ମୋ ପାଖରେ ସବୁ କିଛି ଥିଲା କିନ୍ତୁ ଏବେ କିଛି ବି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe