କମାଲ କରିପାରିଲେନି ଆଲିଆ, ପ୍ରଥମ ଦିନରେ 'ଜିଗରା' ଆୟ କଲା ମାତ୍ର ଏତିକି କୋଟି

Advertisment

ପ୍ରେକ୍ଷାଳୟରେ ଦର୍ଶକଙ୍କୁ ପ୍ରଭାବିତ କରିବାରେ 'ଜିଗରା' ବିଫଳ ହୋଇଥିବା ଜଣାପଡିଛି। ଆଲିଆ ଭଟ୍ଟ ଏବଂ ବେଦାଙ୍ଗ ରାଇନାଙ୍କ ଅଭିନୀତ ଫିଲ୍ମର ବକ୍ସ ଅଫିସ ଆୟ ଖୁବ କମ ରହିଛି |

ପ୍ରେକ୍ଷାଳୟରେ ଦର୍ଶକଙ୍କୁ ପ୍ରଭାବିତ କରିବାରେ 'ଜିଗରା' ବିଫଳ ହୋଇଥିବା ଜଣାପଡିଛି। ଆଲିଆ ଭଟ୍ଟ ଏବଂ ବେଦାଙ୍ଗ ରାଇନାଙ୍କ ଅଭିନୀତ ଫିଲ୍ମର ବକ୍ସ ଅଫିସ ଆୟ ଖୁବ କମ ରହିଛି |

indiatoday

ମୁମ୍ବାଇ: ପ୍ରେକ୍ଷାଳୟରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ବେଦାଙ୍ଗ ରାଇନାଙ୍କ ଫିଲ୍ମ 'ଜିଗରା' ମୁକ୍ତିଲାଭ କରିଛି। ଏହି ଆକ୍ସନ୍-ଡ୍ରାମା ଫିଲ୍ମରେ ଆଲିଆଙ୍କ ଆକ୍ସନ୍ ଅବତାର ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହ ଅନାଇ ବସିଥିଲେ | କିନ୍ତୁ ରିଲିଜ୍ ପରେ ଫିଲ୍ମଟି ସେତେ ଭଲ ବ୍ୟବସାୟ କରିପାରିନଥିବା ଜଣାଯାଇଛି | ଫିଲ୍ମର ଆୟକୁ ଦେଖି 'ଜିଗରା' ପ୍ରେକ୍ଷାଳୟରେ ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି |

ଜାତୀୟ ଗଣମାଧ୍ୟମ ଅନୁଯାୟୀ, 'ଜିଗରା' ଅଗ୍ରୀମ ବୁକିଂରୁ ମାତ୍ର ୫୬.୧ ଲକ୍ଷ ଟଙ୍କା ରୋଜଗାର କରିଥିଲା । ଏଥିରୁ ଜଣା ପଡିଥିଲା ​​ଯେ ଫିଲ୍ମର ଆରମ୍ଭ ଧୀର ହେବ । ବର୍ତ୍ତମାନ ପ୍ରଥମ ଦିନର ଆୟକୁ ଦେଖିଲେ ଏହା ମୋଟ ୧.୪୪ କୋଟି ଟଙ୍କା ଆୟ କରିଛି ।

'ଜିଗରା' ସହିତ ରିଲିଜ ହୋଇଛି ଆଉ ଏକ ବଲିଉଡ ଫିଲ୍ମ 'ବିକି ବିଦ୍ୟା କା ୱ ବାଲା ଭିଡିଓ'  | ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ତୃପ୍ତି ଡିମ୍ରିଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୧.୭୬ କୋଟି ଟଙ୍କା ଆୟ କରିଛି । ଏହାର ଅର୍ଥ 'ଜିଗରା'କୁ କଡା ଟକ୍କର ଦେବ 'ବିକି ବିଦ୍ୟା କା ୱ ବାଲା ଭିଡିଓ' | ପ୍ରଥମ ଦିନର ଆୟରେ 'ଜିଗରା' ପଛରେ ଥିବା ବେଳେ ଆଗାମୀ ଦିନରେ କିଏ ଆଗକୁ ଯିବ ତାହା ଦେଖିବାକୁ ବାକି ରହିଲା  |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe