ଅରମାନ ଓ କ୍ରିତିକାଙ୍କ ଅନ୍ତରଙ୍ଗ ଭିଡିଓକୁ ନେଇ ଟ୍ରୋଲ ହେବାପରେ ଜିଓ ସିନେମା ଦେଲା ଏଭଳି ସଫେଇ

Advertisment
ଅରମାନ ଓ କ୍ରିତିକାଙ୍କ ଅନ୍ତରଙ୍ଗ ଭିଡିଓକୁ ନେଇ ଟ୍ରୋଲ ହେବାପରେ ଜିଓ ସିନେମା ଦେଲା ଏଭଳି ସଫେଇ

ମୁମ୍ବାଇ: 'ବିଗ୍ ବସ୍ ଓଟିଟି ୩'ର ପ୍ରତିଯୋଗୀଥିବା ଦମ୍ପତି ଅରମାନ ମଲିକ ଓ କ୍ରିତିକା ସୋ’ରେ ଅନ୍ତରଙ୍ଗ ହୋଇଥିବା କହି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ନେଇ ଅନେକ ବିବାଦ ଦେଖା ଦେଇଥିବା ସହିତ ପ୍ରତିଯୋଗୀ ଓ ସୋ’କୁ ନେଇ ଟ୍ରୋଲ ବି କରାଯାଉଛି।

ଏମିତି କି ଅରମାନଙ୍କ ଏହି ଭିଡିଓକୁ ନେଇ ଶିବସେନା ସଚିବ ଓ ପ୍ରବକ୍ତା ମନୀଷା କାୟନ୍ଦେ ୟୁଟ୍ୟୁବର ଅଶ୍ଳୀଳତାର ସମସ୍ତ ସୀମା ଅତିକ୍ରମ କରିଥିବା ଅଭିଯୋଗ କରି ଯଥାଶୀଘ୍ର ଗିରଫ କରାଯାଉ ବୋଲି ଦାବି କରିଛନ୍ତି।

ଏସବୁ ଘଟଣାକୁ ଦେଖି ଷ୍ଟ୍ରିମିଂଙ୍ଗ ପ୍ଲାଟଫର୍ମ ଜିଓ ସିନେମା ସଫେଇ ଦେଇ କହିଛି, 'ବିଗ୍ ବସ୍ ଓଟିଟି ୩'ରେ ଭାଗ ନେଇଥିବା ଅରମାନ ଓ କ୍ରିତିକାଙ୍କ ଯେଉଁ ଅନ୍ତରଙ୍ଗ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ତାହା ନକଲି ଅଟେ। ଏଭଳି ନକଲି ଭିଡିଓ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କାରଣ ଜିଓ ସିନେମା ତାର କଣ୍ଟେଣ୍ଟ କ୍ବାଲିଟି ଉପରେ ବିଶେଷ ଧ୍ୟାନ ଦେଇଥାଏ। କୌଣସି ଦୃଶ୍ୟକୁ ପ୍ରସାରଣ ପୂର୍ବରୁ ଗାଇଡଲାଇନ ପାଳନ କରାଯାଇଥାଏ। ପ୍ରତିଯୋଗୀ ଅରମାନ ଓ କ୍ରିତିକାଙ୍କ ଭାଇରାଲ ହୋଇଥିବା ଭିଡିଓକୁ କେହି ଏଡିଟିଂ କରି ଏପରି କରିଛନ୍ତି। ଯାହାକି ନକଲି ଅଟେ। କାରଣ ସୋ’ରେ ଅରମାନ ଓ କ୍ରିତିକାଙ୍କ ମଧ୍ୟରେ ଏମିତି କିଛି ଅନ୍ତରଙ୍ଗ ଘଟଣା ଘଟି ହିଁ ନାହିଁ। ଯାହା ଆମେ ଦାବିର ସହ କହି ପାରିବୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe