ପରିବାର ସହ ନିଜର ୭୮ତମ ଜନ୍ମଦିବସ ପାଳନ କଲେ ଜିତେନ୍ଦ୍ର

ପରିବାର ସହ ନିଜର ୭୮ତମ ଜନ୍ମଦିବସ ପାଳନ କଲେ ଜିତେନ୍ଦ୍ର

sahiwal.tv/

ମୁମ୍ବାଇ: ଲୋକପ୍ରିୟ ବଲିଉଡ୍‌ ଅଭିନେତା ଜିତେନ୍ଦ୍ର ତାଙ୍କ ୭୮ତମ ଜନ୍ମ ଦିବସ ପାଳନ କରିଛନ୍ତିି। ସେ ତାଙ୍କ ପରିବାର ସହ ନିଜ ଜନ୍ମଦିନକୁ ପାଳନ କରିଥିବା ଦୃଶ୍ୟ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି। ବଲିଉଡ୍‌ର ଜଣାଶୁଣା ପ୍ରଯୋଜକ ତଥା ଜିତେନ୍ଦ୍ରଙ୍କ କନ୍ୟା ଏକ୍‌ତା କପୁର୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଜିତେନ୍ଦ୍ରଙ୍କ ଜନ୍ମଦିନ ପାଳନ ସମୟର ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି।

ଏକ୍‌ତା ବାପାଙ୍କ ପାଇଁ ଜନ୍ମଦିନ ଗୀତ ଗାଉଥିବା ଭିଡିଓରେ ଦୃଶ୍ୟମାନ ହୋଇଛି। ଭିଡିଓରେ ଜିତେନ୍ଦ୍ର ତାଙ୍କ ନାତିଙ୍କ ସହ କେକ୍‌ କଟିଂ କରୁଥିବାର ଦେଖିବାକୁ ମିଳିଛି। ବଲିଉଡ୍‌ ଅଭିନେତା ତଥା ଜିତେନ୍ଦ୍ରଙ୍କ ପୁଅ ତୁଷାର କପୁର ମଧ୍ୟ ଭିଡିଓରେ ବେଶ୍‌ ଆନନ୍ଦିତ ଦିଶୁଛନ୍ତି।

View this post on Instagram

Happy bday papa. A quite bday but special one !

A post shared by Erk❤️rek (@ektarkapoor) on

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଜିତେନ୍ଦ୍ରଙ୍କ ଦୁଇ ସନ୍ତାନ ତୁଷାର ଓ ଏକ୍‌ତା ‌କେହି ବି ବିବାହିତ ନୁହଁନ୍ତି। ତା ସତ୍ବେ ବି ଜିତେନ୍ଦ୍ର ଜେଜେବାପା ଓ ଅଜା ବନି ଯାଇଛନ୍ତି। ତୁଷାର ଏବଂ ଏକ୍‌ତା ସରୋଗେସି ଉପାୟରେ ବାପାମାଆ ବନିଛନ୍ତି। ଜିତେନ୍ଦ୍ର ତାଙ୍କ ପରିବାରକୁ ନେଇ ବେଶ୍‌ ଖୁସି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe