ଦୀର୍ଘ ୨୪ ବର୍ଷ ବ୍ୟବଧାନରେ ପରଦାରେ ଏକତ୍ର ନଜର ଆସିବେ ଜିତେନ୍ଦ୍ର ଓ ଜୟପ୍ରଦା

Advertisment
ଦୀର୍ଘ ୨୪ ବର୍ଷ ବ୍ୟବଧାନରେ ପରଦାରେ ଏକତ୍ର ନଜର ଆସିବେ ଜିତେନ୍ଦ୍ର ଓ ଜୟପ୍ରଦା

ମୁମ୍ବାଇ: ଅଶୀ ଦଶକର ଲୋକପ୍ରିୟ ଯୋଡ଼ି ଜିତେନ୍ଦ୍ର ଓ ଜୟପ୍ରଦା ଦୀର୍ଘ ୨୪ ବର୍ଷ ବ୍ୟବଧାନ ପରେ ପୁଣି ଥରେ ଏକାଠି ହୋଇ କାମ କରିବେ। ଏଥର ଏହି ଦୁଇ ଜଣ କୌଣସି ଚଳଚ୍ଚିତ୍ରରେ ନୁହେଁ ବରଂ, ଏକ ଟିଭି ସୋ’ରେ ଏକତ୍ର ନଜର ଆସିବେ ବୋଲି ଜାଣିବାକୁ ମିଳିଛି। ଏମାନେ ‘ସୁପର୍‌ ଡ୍ୟାନ୍ସର୍‌ ଚ୍ୟାପ୍ଟର-୩’ରେ ଏକାଠି କାମ କରିବେ ବୋଲି ସୂଚନା ରହିିଛି। ଏଥିରେ ସେମାନେ ବିଚାରକ ହେବେ। ଏକ ସମୟରେ ଜିତେନ୍ଦ୍ର ଓ ଜୟପ୍ରଦା ଅନେକ ଚଳଚ୍ଚିତ୍ରରେ ନାୟକ-ନାୟିକା ଭାବେ କାମ କରିଥିଲେ। ସେ ଦୁହିଁଙ୍କ ଯୋଡ଼ି ସୁପର୍‌ହିଟ୍‌ ଯୋଡ଼ି ମାନ୍ୟତା ଲାଭ କରିଥିଲା।

ସୋନି ଏଣ୍ଟର୍‌ଟନ୍‌ମେଣ୍ଟ୍‌ ଟେଲିଭିଜନ ମୁତାବକ, ଜିତେନ୍ଦ୍ର ଓ ଜୟପ୍ରଦାଙ୍କୁ ବିଚାରକ ବନା ଯାଉଥିବା ସୋ’ରେ ପ୍ରତିଯୋଗୀଙ୍କୁ କେବଳ ୧୯୮୦ରୁ ୧୯୯୦ ମସିହା ମଧ୍ୟରେ ରିଲିଜ ହୋଇଥିବା ଚଳଚ୍ଚିତ୍ରର ଗୀତଗୁଡ଼ିକରେ ଭାଗ ନେବାକୁ ଅନୁମତି ରହିଛି। ସୋ’ରେ କାମ କରିବା ନେଇ ଜୟପ୍ରଦା ନିଜ ଖୁସି ବ୍ୟକ୍ତ କରିଛନ୍ତି। ଜିତେନ୍ଦ୍ର ବି ସୋ’କୁ ନେଇ ଖୁବ୍‌ ଉତ୍ସାହ ବ୍ୟକ୍ତ କରିଛନ୍ତି।

publive-image

ଜଣାଇ ଦେଉଛୁ ଯେ, ଜୟପ୍ରଦା ଓ ଜିତେନ୍ଦ୍ର ୨୪ଟି ଚଳଚ୍ଚିତ୍ରରେ ଏକତ୍ର ଅଭିନୟ କରିଛନ୍ତି। ସେମାନଙ୍କ ଉଲ୍ଲେଖନୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ଥାନେଦାର୍‌’, ‘ମଜବୁର୍‌’, ‘ସଂଯୋଗ’, ‘ମକ୍‌ସଦ୍‌’ ଇତ୍ୟାଦି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe